ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା
ଧର୍ମଶାଳା, ୮ନଭେମ୍ବର(ହି.ସ.) - ଯାଜପୁର ଜିଲା ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ଶିଶୁବାଟିକା ବିଭାଗର ମାତୃ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହ ସଂପାଦକ ସୁକାନ୍ତ କୁମାର ପଣ୍ଡା ଙ୍କ ସଭାପତିତ୍ୱରେ ଉକ୍ତ ଉତ୍
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା


ଧର୍ମଶାଳା, ୮ନଭେମ୍ବର(ହି.ସ.) - ଯାଜପୁର ଜିଲା ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ଶିଶୁବାଟିକା ବିଭାଗର ମାତୃ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହ ସଂପାଦକ ସୁକାନ୍ତ କୁମାର ପଣ୍ଡା ଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ସଂଯୁକ୍ତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଏଥିସହ ଶିଶୁଙ୍କର ଉନ୍ନତି ପାଇଁ ମାଆ ମାନଙ୍କର ଭୂମିକା ଓ କର୍ତବ୍ୟ ସମ୍ୱନ୍ଧରେ ସେ ଆଲୋକପାତ କରିଥିଲେ । ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟା ରୀତାରାଣୀ ସ୍ୱାଇଁ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଧ୍ରୁବ ଚରଣ ପୃଷ୍ଟି ମୁଖ୍ୟ ଅତିଥିଙ୍କୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଯାଜପୁର ଜିଲ୍ଲା ଶିଶୁବାଟିକା ପ୍ରମୁଖ ପ୍ରକାଶ ଚନ୍ଦ୍ର ପୃଷ୍ଟି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପ୍ରଦାନ କରିବା ସହିତ ଶିଶୁର ବିକାଶରେ ମାଆଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ଅଚାର୍ଯ୍ୟା ରିତାଞ୍ଜଳି ନାୟକ, ସ୍ମୃତିରେଖା ସାମଲ, ଲକ୍ଷ୍ମିଲତା ଜେନା, ସସ୍ମିତା ଦାସ, ମାମିନା ରାଉତ,ଚନ୍ଦନାବତି ରାଉତ, ଗୀତାଞ୍ଜଳି ଦାସ,ରିତାଞ୍ଜଳି ପୃଷ୍ଟି ଙ୍କ ଦ୍ୱାରା ବାରଟି ଶୈଖିକ ବ୍ୟବସ୍ଥା ର କାଳାଂଶ ନିଆଯାଇଥିଲା । ଉକ୍ତ ଉତ୍ସବ ରେ ମୋଟ ୧୩୦ ଜଣ ମାଆ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ନିଗମାନନ୍ଦ ମାହାଣା,ତୁଳସୀ ଦେଈ ତଥା ପୂର୍ବତନ ସଂପାଦକ ଚିତ ରଂଜନ ମଲ୍ଲିକ ଓ ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କୁନି କୁନି ଶିଶୁ ମାନଙ୍କ ଦ୍ୱାରା ନାଟକ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା କଳ୍ପନା କୁମାରୀ କର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ବରିଷ୍ଠ ଆଚାର୍ଯ୍ୟ ଅଜିତ୍ କୁମାର ରାଉତ, ଆଚାର୍ଯ୍ୟା ବୈଜୟନ୍ତୀ ସ୍ୱାଇଁ ତଥା ସମସ୍ତ ଗୁରୁଜୀ ଗୁରୁମା,ସେବକ ଓ ସେବିକା ଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande