
ଭୁବନେଶ୍ୱର, 8 ନଭେମ୍ବର (ହି.ସ.)- ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର
ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ବରିଷ୍ଠ ନେତା, ପୂର୍ବତନ
ଉପ-ପ୍ରଧାନମନ୍ତ୍ରୀ ଏବଂ ‘ଭାରତ ରତ୍ନ’ ଶ୍ରୀ ଲାଲକୃଷ୍ଣ ଆଡ଼ବାଣୀ ଜୀଙ୍କୁ ଜନ୍ମଦିନର
ଶୁଭେଚ୍ଛା। ଆପଣଙ୍କ ଜୀବନ ଅବିଚଳ ଦେଶପ୍ରେମ, ସିଦ୍ଧାନ୍ତନିଷ୍ଠ ନେତୃତ୍ୱ ଏବଂ ଜନସେବାପ୍ରତି ଆଜୀବନ
ସମର୍ପଣର ଏକ ଦିପ୍ତିମାନ ଉଦାହରଣ ଅଟେ।
ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା
କରୁଛି, ସେ ଆପଣଙ୍କୁ ଭଲ
ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ
ନିରନ୍ତର ସୁଖ-ଶାନ୍ତିର ଆଶୀର୍ବାଦ ଦିଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା