
ଭୁବନେଶ୍ୱର, 8 ନଭେମ୍ବର (ହି.ସ.)- ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର
ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ
ପ୍ରଭାତି ପରିଡା କହିଛନ୍ତି ଯେ, ପ୍ରଖର ରାଷ୍ଟ୍ରଭକ୍ତ, ସଂଗଠନକାରୀ ଏବଂ ଦୂରଦର୍ଶୀ ନେତା, ‘ଭାରତ ରତ୍ନ’ ଶ୍ରୀ ଲାଲକୃଷ୍ଣ
ଆଡ଼ବାଣୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ
ଦୀର୍ଘାୟୁ, ଉତ୍କୃଷ୍ଟ
ସ୍ୱାସ୍ଥ୍ୟ ଏବଂ ନିରନ୍ତର ଶକ୍ତି ପାଇଁ ପ୍ରାର୍ଥନା କରୁଛି । ଭାରତୀୟ ଜନତା ପାର୍ଟି (ବିଜେପି)ର
ସହ-ସଂସ୍ଥାପକ ଏବଂ ଭାରତର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଭାବେ ଆପଣଙ୍କ ଜୀବନ ଦେଶସେବା, ଆଦର୍ଶ ନେତୃତ୍ୱ ଓ
ପ୍ରେରଣାର ପ୍ରତୀକ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା