
ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ)- ଭାରତ ସରକାରଙ୍କ ସାମାଜିକ ମନ୍ତ୍ରଣାଳୟର ମନ୍ତ୍ରୀ, ଶ୍ରୀ ରାମଦାସ ଅଠକ୍ଷୱାଲେଙ୍କ ଅଧ୍ୟକ୍ଷତାରେ ୨ଟି ବିଭାଗର ଏକ ସମୀକ୍ଷା ବୈଠକ ରାଜ୍ୟ ଅତିଥି ଭବନଠାରେ ଶନିବାର ଅନୁଷ୍ଠିତ ହୋଇ ଯାଇଛି। ଏହି ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗକଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ବିଭାଗର ବିଭିନ୍ନ ସରକାରୀ ଯୋଜନା ଗୁଡିକର ଆଲୋଚନା କରିଥିଲେ। ଏହି ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗକଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ, ବି ପରମେଶ୍ୱର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀମତୀ ରଜନୀ ଯାନୀ, ଓଏସଏଫଡିସିର ଜେନେରାଲ ମ୍ୟାନେଜର ତଥା ଉପ ଶାସନ ସଚିବ, ଶ୍ରୀମତୀ କୁମୁଦିନୀ ସୁବୁଦ୍ଧି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ଅତିରିକ୍ତ ଶାସନ ସଚିବ,ଭାସ୍କର ରଇତୋ, ଦୀପକ ରାଉତରାୟଙ୍କ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା