
୧୫ ନଭେମ୍ବର ଯାଏଁ ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ)- ଚଳିତ ବର୍ଷ ଜନଜାତୀୟ ଗୌରବ ବର୍ଷ ଉତ୍ସବ ପାଳନ ୧ ନଭେମ୍ବରରୁ ୧୫ ନଭେମ୍ବର ଯାଏଁ ସମଗ୍ର ଦେଶରେ ପାଳନ କରାଯାଉଛି । ଭାରତର ସମୃଦ୍ଧ ଆଦିବାସୀ ଐତିହ୍ୟ, ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣରେ ଅବଦାନକୁ ସମ୍ମାନିତ କରିବା ପାଇଁ ସାରା ଦେଶରେ ଏହି ଉତ୍ସବ ପାଳନ କରାଯାଉଛି । ଏହିକ୍ରମରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଉତ୍ସବ ପାଳନ କରାଯାଉଛି ।
ଏହି ଉପଲକ୍ଷେ ସ୍ୱତନ୍ତ୍ର ଭଗବାନ ବିର୍ସା ମୁଣ୍ଡା ପ୍ୟାଭିଲିୟନ, ବିର୍ସା ମୁଣ୍ଡାଙ୍କ ଜୀବନ ଏବଂ ସଂଘର୍ଷ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ, ଓଡ଼ିଶା ରାଜ୍ୟର ଜନଜାତି ସମୁଦାୟଙ୍କ ଜୀବନ ଓ ସଂସ୍କୃତି ଆଧାରିତ ଫଟୋ ପ୍ରଦର୍ଶନୀ, କୁଲିସ୍ ଜନଜାତିଙ୍କ ଦ୍ୱାରା ବସ୍ତ୍ର ତିଆରି କଳାର ପ୍ରଦର୍ଶନୀ, ଜୁଆଙ୍ଗ ଜନଜାତି ମାନଙ୍କ ଦ୍ୱାରା ଚିତ୍ରକଳା ପ୍ରଦର୍ଶନୀ ଏବଂ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ଜନଜାତି ସଂଘ୍ରହାଳୟ ବୁଲି ଦେଖିବାର କାର୍ଯ୍ୟକ୍ରମ ଇତ୍ୟାଦି ଆୟୋଜନ କରାଯାଇଅଛି ।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଦ୍ୱାରା ୧୫ ନଭେମ୍ବର ୨୦୨୪ ରୁ ୧୫ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଜନଜାତୀୟ ଗୌରବ ବର୍ଷ ଭାବେ ଘୋଷଣା କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା