
ତିନସୁକିୟା(ଆସାମ), ୧୧ ଡିସେମ୍ବର(ହି.ସ.) – ଅରୁଣାଚଳ ପ୍ରଦେଶର ଆଂଜାବ ଜିଲ୍ଲାରେ ହୋଇଥିବା ଏକ ଭୟଙ୍କର ସଡ଼କ ଦୁର୍ଗଟଣାରେ ଆସାମର ୨୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଦିନ କହିଛି ଯେ ଏକ ଡମ୍ପର ଅନିୟନ୍ତ୍ରିତ ହୋଇ ପାହାଡ଼ି ସଡ଼କରୁ ଗଭୀର ଖାଇରେ ପଡ଼ିଯାଇ ଏହି ଦୁର୍ଘଟଣା ହୋଇଥିବା ନେଅ ସରକାରୀ ସୂତ୍ରରୁ ପ୍ରକାଶ।
ପ୍ରାରମ୍ଭିକ ସୂଚନା ଅନୁଯାୟୀ ଡମ୍ପର ଶ୍ରମିକଙ୍କୁ ନେଇ କାର୍ଯ୍ୟସ୍ଥଳ ଆଡ଼କୁ ଯାଉଥିଲା ସେତେବେଳେ ଅଚାନକ ଚାଳକ ନିୟନ୍ତ୍ରଣ ହରାଇଛି ଏବଂ ବାହାନ ସିଧା ଖାଇରେ ଯାଇ ପଡ଼ିଥିଲା। ଏଥିରେ ୧୯ ଶ୍ରମିକଙ୍କ ତିନସୁକିୟାର ଗେଲାପୁଖୁରୀ ଚା’ ବଗିଚା ଏବଂ ଅନ୍ୟ ଆଖାପାରୁ ଅରୁଣାଚଳ ପ୍ରଦେଶରେ କାମ ପାଇଁ ଯାଇଥିଲେ।
ଘଟଣାର ସୂଚନା ମିଳିବା ପରେ ଉଦ୍ଧାର ଏବଂ ଥଇଥାନ ଦଳ ଘଟଣାସ୍ଥଳରେ ପହଂଚିଥିଲା। ଏବେପର୍ଯ୍ୟନ୍ତ ୧୩ ମୃତକଙ୍କ ଶବ ଜବତ କରାଯାଇଥିବାବେଳେ ବାକିଙ୍କ ପାଇଁ ତଲାସୀ ଅଭିଯାନ ଜାରି ରହିଛି।
ମୃତକଙ୍କ ପରିଚୟ ବୁଧେଶ୍ୱର ଦୀପ, ରାହୁଲ କୁମାର, ସମୀର ଦୀପ, ଜନ୍ କୁମାର, ପଙ୍କଜ ମାନକୀ, ଅଜୟ ମାନକୀ, ବିଜୟ କୁମାର, ଅଭୟ ଭୂମିଜ, ରୋହିତ ମାନକୀ, ବୀରେନ୍ଦ୍ର କୁମାର, ଅଗର ତାତି, ଧୀରେନ୍ ଚେତିୟା, ରଜନୀ ନାଗ, ଦୀପ ଗୋୱାଲା, ରାମଚବକ ସୋନାର, ସୋନାତନ ନାଗ, ସଂଜୟ କୁମାର, କରଣ କୁମାର ଏବଂ ଜୋନାଶ ମୁଣ୍ଡା ବୋଲି ଜଣାଯାଇଛି।
ସ୍ଥାନୀୟ ପ୍ରଶାସନ ଆସାମ ସରକାର ସହିତ ସମନ୍ୱୟ କରି ମୃତକଙ୍କ ପରିଚୟ, ଆଗର କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତ ପରିବାରଙ୍କୁ ସହାୟତା ପହଂଚାଇବାର ପ୍ରକ୍ରିୟା ତୀବ୍ର କରୁଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି