ନିଜ ପ୍ରତିମାର ଅନାବରଣ କଲେ ମେସି, କହିଲେ- କୋଲକାତା ଆସିବା ମୋ ପାଇଁ ସମ୍ମାନର କଥା
Bhubneshwar, 13 ଡିସେମ୍ବର (ହି.ସ.) କୋଲକାତା- ଅନ୍ତର୍ଜାତୀୟ ଫୁଟବଲ ଜଗତର ପ୍ରସିଦ୍ଧ ଖେଳାଳି ଲିଓନେଲ୍‌ ମେସି ଶନିବାର ତାଙ୍କର ବିଶାଳ ପ୍ରତିମାର ଅନାବରଣ କରିଛନ୍ତି। ବିଶେଷ କଥା ହେଉଛି, ମେସି ହୋଟେଲରେ ରହି ଭର୍ଚୁଆଲ୍‌ ମାଧ୍ୟମରେ ଏହି ପ୍ରତିମାର ଉଦ୍‌ଘାଟନ କରି
ମେସି ପ୍ରତିମା


Bhubneshwar, 13 ଡିସେମ୍ବର (ହି.ସ.)

କୋଲକାତା- ଅନ୍ତର୍ଜାତୀୟ

ଫୁଟବଲ ଜଗତର ପ୍ରସିଦ୍ଧ ଖେଳାଳି ଲିଓନେଲ୍‌ ମେସି ଶନିବାର ତାଙ୍କର ବିଶାଳ ପ୍ରତିମାର ଅନାବରଣ

କରିଛନ୍ତି। ବିଶେଷ କଥା ହେଉଛି, ମେସି ହୋଟେଲରେ ରହି

ଭର୍ଚୁଆଲ୍‌ ମାଧ୍ୟମରେ ଏହି ପ୍ରତିମାର ଉଦ୍‌ଘାଟନ କରିଛନ୍ତି। ନିଜ ପ୍ରତିମାକୁ ଦେଖି ମେସି

ଭାବୁକ ଓ ବହୁତ ଖୁସି ଦେଖାଯାଇଥିଲେ।

ପ୍ରତିମା ଅନାବରଣର ଏହି

ବିଶେଷ କାର୍ଯ୍ୟକ୍ରମରେ ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ମଧ୍ୟ ତାଙ୍କ ପୁଅ ଅବ୍ରାମ୍‌ ଖାନ୍‌ଙ୍କ

ସହ ଉପସ୍ଥିତ ଥିଲେ। ମେସିଙ୍କ ଉପସ୍ଥିତି ଏବଂ ଶାହରୁଖ୍‌ ଖାନ୍‌ଙ୍କ ଆଗମନ ଦ୍ୱାରା ଏହି ଆୟୋଜନ

ଆହୁରି ବିଶେଷ ହୋଇଯାଇଥିଲା।

ମେସିଙ୍କ ଏହି ବିଶାଳ

ପ୍ରତିମାକୁ ନେଇ ସାରା ବିଶ୍ୱରେ ଆଲୋଚନା ଆରମ୍ଭ ହୋଇଯାଇଛି। ବିଦେଶରେ ଥିବା ମେସିଙ୍କ ଅନେକ

ଫ୍ୟାନ୍‌ କ୍ଲବ୍‌ ପ୍ରତିମାର ଫଟୋ ସେୟାର କରିଛନ୍ତି। ପ୍ରସିଦ୍ଧ କ୍ରୀଡା ସାମ୍ବାଦିକ ଫାବ୍ରିଜିଓ

ରୋମାନୋ ମଧ୍ୟ ଏହି ପ୍ରତିମାର ଫଟୋ ସେୟାର କରି ଏହାକୁ ଐତିହାସିକ ବୋଲି କହିଛନ୍ତି। ଯଦିଓ

ପ୍ରତିମାର ଝଲକ ପୂର୍ବରୁ ସାମ୍ନାକୁ ଆସିଥିଲା, କିନ୍ତୁ

ଏହି ଅବସରରେ ପ୍ରଥମଥର ପାଇଁ ମେସି ନିଜେ ତାଙ୍କ ପ୍ରତିମାକୁ ଦେଖିଥିଲେ।

ନିଜ ପ୍ରତିକ୍ରିୟାରେ ମେସି

କହିଛନ୍ତି ଯେ ଏହି ସମ୍ମାନ ପାଇଁ ସେ ଅତ୍ୟନ୍ତ କୃତଜ୍ଞ। ସେ କହିଛନ୍ତି ଯେ ଏଠାକୁ ଆସିବା ତାଙ୍କ

ପାଇଁ ଗର୍ବ ଓ ଖୁସିର ବିଷୟ। ସେ ଏହି ମୁହୂର୍ତ୍ତକୁ ସମର୍ଥକମାନଙ୍କ ସହିତ ସେୟାର କରିବାକୁ ବିଶେଷ

ବୋଲି କହିଛନ୍ତି ଏବଂ ଏହି ସହରରେ ଆର୍ଜେଣ୍ଟିନା ଫୁଟବଲ ଦଳ ପ୍ରତି ଗଭୀର ଭାବନା ଓ ପ୍ରେମ ରହିଛି

ବୋଲି ଉଲ୍ଲେଖ କରିଛନ୍ତି। ମେସି ତାଙ୍କ ପ୍ରତିମାର କାରୁକାର୍ଯ୍ୟ ଓ ଭବ୍ୟତାକୁ ମଧ୍ୟ ଖୋଲାଖୋଲି

ଭାବେ ପ୍ରଶଂସା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande