
ଶ୍ରୀନଗର, ୧୧ ଡିସେମ୍ବର (ହି.ସ.)- ଅପରେଶନାଲ କାରଣରୁ ଗୁରୁବାର ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅତି କମ୍ରେ ପାଂଚଟି ଉଡ଼ାଣ ବାତିଲ୍ କରାଯାଇଥିଲା ।
ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ଗୁରୁବାର ପାଇଁ ନିର୍ଦ୍ଧାରିତ ଚାରୋଟି ଇଣ୍ଡିଗୋ ଉଡ଼ାଣ ବାତିଲ୍ କରାଯାଇଥିଲା । ଏଥିରେ ଅମୃତସରକୁ ଯାଉଥିବା ଉଡ଼ାଣ ୬ଇ ୬୧୬୫ (୯ଟା ୪୫), ଦିଲ୍ଲୀକୁ ଯାଉଥିବା ୬ଇ ୬୭୬୧ (୧୭ଟା ୩୫), କୋଲକାତାକୁ ଯାଉଥିବା ୬ଇ ୬୯୬୨ (୧୮ଟା ୪୫ ), ଏବଂ ଦିଲ୍ଲୀକୁ ଯାଉଥିବା ୬ଇ ୨୪୪୯ (୨୦ଟା ୪୦) ଅନ୍ତର୍ଭୁକ୍ତ । ସ୍ପାଇସ୍ ଜେଟ୍ ର ଏକ ଉଡ଼ାଣ ମଧ୍ୟ ବାତିଲ୍ କରାଯାଇଛି ।
ଅଧିକାରୀମାନେ କହିଛନ୍ତି ଯେ, ଦିଲ୍ଲୀ ପାଇଁ ୧୨ଟା ୫୫ ରେ ଥିବା ଫ୍ଲାଇଟ୍ ଏସଜି ୬୬୪ ଅପରେଟ୍ ହୋଇନାହିଁ । ବାତିଲ୍ ହୋଇଥିବା ବିମାନରେ ବୁକ୍ କରାଯାଇଥିବା ଯାତ୍ରୀମାନଙ୍କୁ ପୁନଃବୁକିଂ ଏବଂ ଅଧିକ ସହାୟତା ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ