ହଜାରିବାଗରେ ଡାକ୍ତର ଜମିଲଙ୍କ ଘରେ ଏନଆଇଏ ଚଢ଼ଉ, ଅନେକ ସାମଗ୍ରୀ ଜବତ
ହଜାରିବାଗ, ୧୧ ଡିସେମ୍ବର (ହି.ସ.)- ଆତଙ୍କୀ ପାଣ୍ଠି ଏବଂ ଆତଙ୍କବାଦୀ ନେଟୱାର୍କ ସହିତ ଲିଙ୍କ୍ ର ଏକ ବଡ଼ ମାମଲାର ତଦନ୍ତ ସହ ଜଡ଼ିତ ଗୁରୁବାର ସକାଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ହଜାରିବାଗରେ ଚଢ଼ଉ କରିଛି । ଏନଆଇଏ ବର୍ତମାନ ଡାକ୍ତର ଜମିଲଙ୍କୁ ପଚରାଉଚରା ପାଇଁ ହେପାଜତକୁ ନେଇଛି । ହଜାରିବାଗ
ହଜାରିବାଗରେ ଡାକ୍ତର ଜମିଲଙ୍କ ଘରେ ଏନଆଇଏ ଚଢ଼ଉ, ଅନେକ ସାମଗ୍ରୀ ଜବତ


ହଜାରିବାଗ, ୧୧ ଡିସେମ୍ବର (ହି.ସ.)- ଆତଙ୍କୀ ପାଣ୍ଠି ଏବଂ ଆତଙ୍କବାଦୀ ନେଟୱାର୍କ ସହିତ ଲିଙ୍କ୍ ର ଏକ ବଡ଼ ମାମଲାର ତଦନ୍ତ ସହ ଜଡ଼ିତ ଗୁରୁବାର ସକାଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ହଜାରିବାଗରେ ଚଢ଼ଉ କରିଛି । ଏନଆଇଏ ବର୍ତମାନ ଡାକ୍ତର ଜମିଲଙ୍କୁ ପଚରାଉଚରା ପାଇଁ ହେପାଜତକୁ ନେଇଛି ।

ହଜାରିବାଗ ଜିଲ୍ଲାର ପେଲାୱାଲ ଥାନା ଅଂଚଳର ଅନସାର ନଗର ଅଂଚଳରେ ଥିବା ଦନ୍ତ ଚିକିତ୍ସକ ଜମିଲଙ୍କ ଘରେ ଚଢ଼ଉ କରିଥିଲା ଏନଆଇଏ । ଏନଆଇଏ ଟିମ୍ ସିଆରପିଏଫ ଯବାନ ମାନଙ୍କ ସହିତ ପହଂଚି ଥିଲେ ଏବଂ ତଲାସୀ ଅଭିଯାନ ଜାରି ରଖିଛନ୍ତି । ଘରେ ସନ୍ଦେହଜନକ କାର୍ଯ୍ୟକଳାପର ତଦନ୍ତ ସମ୍ବନ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୁରକ୍ଷା ଏଜେନ୍ସୀ ଗତ କିଛି ଦିନ ଧରି ଅନସାର ନଗର ଅଂଚଳରେ ସନ୍ଦେହଜନକ ଗତିବିଧି ଏବଂ କିଛି ଡିଜିଟାଲ୍ ସମ୍ପର୍କ ବିଷୟରେ ସୂଚନା ପାଉଥିଲା । ଏହା ପରେ, କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସମ୍ପୃକ୍ତ ଅଂଚଳ ଉପରେ ନଜର ରଖିଥିଲେ । ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, କିଛି ବିଶିଷ୍ଟ ଯୋଗାଯୋଗ ଲିଙ୍କ୍ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ମିଳିଥିବା ଇନପୁଟ୍ ଆଧାରରେ ଏନଆଇଏ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏନଆଇଏ ଟିମ୍ ସନ୍ଦିଗ୍ଧଙ୍କ ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ମୋବାଇଲ୍ ଫୋନ୍‌, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଜବତ କରିଛି, ଯାହାର ଯାଂଚ୍ କରାଯାଉଛି । ଜବତ ହୋଇଥିବା ପ୍ରମାଣ ଆଧାରରେ, ତଦନ୍ତକାରୀ ଦଳ ଏବେ ସନ୍ଦିଗ୍ଧଙ୍କ ସମ୍ଭାବ୍ୟ ନେଟୱାର୍କ, ସେମାନଙ୍କର ଆର୍ଥିକ କାରବାର ଏବଂ ଯେକୌଣସି ବାହ୍ୟ କିମ୍ବା ଅନ୍ତର୍ଜାତୀୟ ଲିଙ୍କ୍ ବିଷୟରେ ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande