ଥାନେ ଜିଲ୍ଲାରେ ଇଡି ଏବଂ ଏଟିଏସର ମିଳିତ ଚଢ଼ଉ
ମୁମ୍ବାଇ, ୧୧ ଡିସେମ୍ବର (ହି.ସ.)- ସନ୍ଦିଗ୍ଧ ଆତଙ୍କବାଦୀ ପାଣ୍ଠି ସଂଯୋଗରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ) ଗୁରୁବାର ସକାଳୁ ମୁମ୍ବାଇ ସଂଲଗ୍ନ ଥାନେ ଜିଲ୍ଲାର ପଡ଼ଘା ଅଂଚଳରେ ମିଳିତ ଚଢ଼ଉ କରିଛନ୍ତି । ଇଡି ଏବଂ ଏଟିଏସ ଟିମ୍ ପଡ଼ଘା ଅଂଚଳରେ ଅନ
ଥାନେ ଜିଲ୍ଲାରେ ଇଡି ଏବଂ ଏଟିଏସର ମିଳିତ ଚଢ଼ଉ


ମୁମ୍ବାଇ, ୧୧ ଡିସେମ୍ବର (ହି.ସ.)- ସନ୍ଦିଗ୍ଧ ଆତଙ୍କବାଦୀ ପାଣ୍ଠି ସଂଯୋଗରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ) ଗୁରୁବାର ସକାଳୁ ମୁମ୍ବାଇ ସଂଲଗ୍ନ ଥାନେ ଜିଲ୍ଲାର ପଡ଼ଘା ଅଂଚଳରେ ମିଳିତ ଚଢ଼ଉ କରିଛନ୍ତି । ଇଡି ଏବଂ ଏଟିଏସ ଟିମ୍ ପଡ଼ଘା ଅଂଚଳରେ ଅନେକ ଘରେ ତଲାସୀ କରିଛନ୍ତି । କିନ୍ତୁ, ଚଢ଼ଉ ସମ୍ପର୍କରେ କୌଣସି ସରକାରୀ ବିବରଣୀ ପ୍ରକାଶ କରାଯାଇ ନାହିଁ । ତଥାପି, ଏହା କୁହାଯାଉଛି ଯେ ଚଢ଼ଉ ସମୟରେ ଇଡି ଏବଂ ଏଟିଏସ ଟିମ୍ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଜବତ କରିଛନ୍ତି ।

ଚଢ଼ଉ ଟିମ୍ ର ଜଣେ ଅଧିକାରୀ କହିଛନ୍ତି ଯେ, ଗୁରୁବାର ସକାଳ ଠାରୁ ଭିୱାଣ୍ଡିର ପଡ଼ଘାରେ ଚଢ଼ଉ ଜାରି ରହିଛି । ସେ ଆହୁରି କହିଛନ୍ତି ଯେ, ଏହି ଅଭିଯାନ ପଡ଼ଘାର ବୋରିଭାଲି ଗାଁରେ ଏନଆଇଏ ଦ୍ୱାରା କରାଯାଇଥିବା ପୂର୍ବ ଅପରେସନ ଉପରେ ଆଧାରିତ । ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ତଲାସୀ କରାଯାଉଛି, ଏବଂ ସନ୍ଦେହଜନକ ମନି ଲଣ୍ଡରିଂ ବାବଦରେ ପଚରାଉଚରା କରୁଛି ଇଡି । ଏ ସମ୍ପର୍କରେ, ଆତଙ୍କୀ ପାଣ୍ଠିର ତଦନ୍ତ କରି ବ୍ୟାଙ୍କ ଖାତାଗୁଡିକ ଏବଂ ମୋବାଇଲ୍ ଜରିଆରେ ନେଣଦେଣର ଯାଂଚ୍ କରୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍ ମାସରେ, ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ) ଥାନେ ଗ୍ରାମୀଣ ପୋଲିସ ସହିତ ମିଶି ପଡ଼ଘାର ବୋରିଭାଲିରେ ଷ୍ଟୁଡେଂଟସ୍ ଇସଲାମିକ୍ ମୁଭମେଂଟ ଅଫ୍ ଇଣ୍ଡିଆ (ସିମି)ର ପୂର୍ବତନ ଅଧିକାରୀ ସାକିବ୍ ନାଚାନ୍ ଏବଂ ନିଷିଦ୍ଧ ସଂଗଠନର ଅନ୍ୟାନ୍ୟ ସନ୍ଦିଗ୍ଧ ସଦସ୍ୟ ଏବଂ ସମର୍ଥକଙ୍କ ସମେତ ୨୨ ଜଣଙ୍କ ଘରେ ଏକ ବ୍ୟାପକ ତଲାସୀ କରିଥିଲା । ଅଧିକାରୀ କହିଛନ୍ତି ଯେ, ସେହି ସମୟରେ, ଏଟିଏସ ୧୯ଟି ମୋବାଇଲ୍ ଫୋନ୍ ଏବଂ ଚରମପନ୍ଥ ସହିତ ଜଡ଼ିତ ଆପତିଜନକ ସାମଗ୍ରୀ ଏବଂ ଡକ୍ୟୁମେଂଟ ଜବତ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande