
ନୂଆ ଦିଲ୍ଲୀ, ୧୧ ଡିସେମ୍ବର (ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଣବ ମୁଖର୍ଜୀ ବିଶାଳ ବ୍ୟକ୍ତିତ୍ୱର ରାଜନେତା ଥିଲେ, ଯାହାଙ୍କର ବିଦ୍ୱତ୍ତା ଏବଂ ସ୍ପଷ୍ଟ ଚିନ୍ତାଧାରା ଦେଶର ଲୋକତାନ୍ତ୍ରିକ ପ୍ରଣାଳୀକୁ ସୁଦୃଢ଼ କରିଥିଲା।
ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ତାଙ୍କ ସହ ଅନେକ ବର୍ଷ ଧରି ଯେଉଁ କଥାବାର୍ତା ହୋଇଥିଲା ତ ସେଥିରୁ ଅନେକ କିଛି ଶିଖିବାର ଅବସର ମିଳିଛି, ଯାହା ସଦା ପ୍ରେରଣା ଦେଉଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସାର୍ବଜନୀନ ଜୀବନରେ ପ୍ରଣବ ମୁଖର୍ଜୀ ଦେଶର ନିଷ୍ଠାପୂର୍ଣ୍ଣ ସେବା କରିଥିଲେ ଏବଂ ତାଙ୍କର ମାର୍ଗଦର୍ଶନରେ ଶାସନ ପ୍ରଣାଳୀକୁ ନୂଆ ଦିଗ ମିଳିଥିଲା। ପ୍ରଣବ ବାବୁଙ୍କର ଚିନ୍ତାଧାରା ଏବଂ କାର୍ଯ୍ୟ ଭାରତର ପ୍ରଗତି ପଥକୁ ସଦା ଆଲୋକିତ କରୁଥିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ