
ମୁମ୍ବାଇ, ୧୧ ଡିସେମ୍ବର(ହି.ସ.) – ମୁମ୍ବାଇ ଏୟାରପୋର୍ଟର ଇ-ମେଲ୍ରେ ଗୁରୁବାର ଦିନ ସକାଳେ ଗୋଟିଏ ପରେ ଗୋଟିଏ ବିଦେଶୀ ବିମାନକୁ ବମ୍ରେ ଉଡ଼ାଇବାର ଧମକ ମେସେଜ୍ ମିଳିବା ପରେ ଏୟାରପୋର୍ଟ ପରିସରରେ ପୋଲିସ୍ ତଲାଶୀ ଅଭିଯାନ ଜାରି ଅଛି। ଏହି ଧମକି ପରେ ଏୟାରପୋର୍ଟର ଆଖପାଖ ସୁରକ୍ଷା ବଢ଼ାଇ ଦିଆଯାଇଛି। ଏହାସହ ପୋଲିସ୍ ଧମକ ପଠାଯିବା ବିରୁଦ୍ଧ ମାମଲା ରୁଜୁ କରି ଏହାର ତଲାଶ ଆରମ୍ଭ କରିଦେଇଛି।
ଏହି ଘଟଣାର ଯାଂଚ କରୁଥିବା ପୋଲିସ୍ ଅଧିକାରୀ କହିଛନ୍ତି ଯେ ଆଜି ସକାଳେ ଏୟାରପୋର୍ଟର ଇ-ମେଲ୍ରେ ଅଜ୍ଞାତ ବ୍ୟକ୍ତି ମେସେଜ ପଠାଇଛି। ଇ-ମେଲ୍ ପଠାଇଥିବା ବ୍ୟକ୍ତିର ଦାବି ଯେ ଜାପାନ, କାନାଡା, ଜର୍ମାନୀ ଏବଂ ଅଷ୍ଟ୍ରେଲିୟା ଯାଉଥିବା ଫ୍ଲାଇଟ୍ସରେ ବିସ୍ଫୋଟକ ପୂର୍ବରୁ ରଖାଯାଇଥିଲା। ଫ୍ଲାଇଟ୍ର ଟେକ୍ଅପ୍ କରିବାର ପ୍ରାୟ ଅଧଘଂଟା ପରେ ସେ ଗୋଟିଏ ପରେ ଗୋଟିଏ ଫାଟିବ। ଏହାବ୍ୟତୀତ ଇ-ମେଲ୍ରେ ଆହୁରି କୁହାଯାଇଛି ଯେ, ଯଦି ଆପଣ ଏପରି ବିପଦରୁ ବଂଚିବା ଚାହାଁନ୍ତି, ତେବେ ଦଶ ମିଲିୟନ ଡଲର୍ ପ୍ରସ୍ତୁତି ରଖନ୍ତୁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି