
ଖୋର୍ଦ୍ଧା, ୧୫ ଡିସେମ୍ବର(ହି.ସ.) – ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ସୋମବାର ୨୭ ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ କ୍ୟାମ୍ପୋରୀ ଉଦଘାଟିତ ହୋଇଯାଇଛି। ଏହି କ୍ୟାମ୍ପୋରିକୁ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଉଦ୍ଘାଟନ କରିଥିଲେ। ପରେ ପରେ ୭ଟି ବ୍ଲକର ସ୍କାଉଟ୍ ଓ ଗାଇଡମାନେ ମାର୍ଚ୍ଚ ଫାଷ୍ଟରେ ଅତିଥି ମାନଙ୍କୁ ଅଭିବାଦନ ଜଣାଇଥିଲେ। ଏହାପରେ ଜିଲ୍ଲା ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ଅଧ୍ୟକ୍ଷତାରେ ଏକ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂ ମୁଖ୍ୟବକ୍ତା ଭାବେ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ରଶ୍ମିବାଳା ପରିଡ଼ା, ବିଜୟ କୁମାର ବେହେରା, ସାଂଗଠନିକ ସଂପାଦକ ବିଭୁପ୍ରସାଦ ସେନାପତି ଓ ଖୋର୍ଦ୍ଧା ବ୍ଳକ ଶିକ୍ଷା ଅଧିକାରୀ ଯାଜ୍ଞସେନି ସାହୁ ଓ ଗାଇଡ କମିଶନର ଜୟନ୍ତୀ ହୋତା ସ୍କାଉଟର ସୁଧାକର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଉଦଘାଟନି ସଙ୍ଗୀତ ଗାନ ପରେ ଜିଲ୍ଲା ସଂପାଦକ ସୁଧାକର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥଲେ। ଏହି କ୍ୟାମ୍ପରେ ୩୬୮ ଜଣ ସ୍କାଉଟ୍ ଓ ୩୦୯ ଜଣ ଗାଇଡ ଛାତ୍ର ଛାତ୍ରୀ ଓ ଗାଇଡ କ୍ୟାପଟେନ ୬୫, ସ୍କାଉଟ ମାଷ୍ଟର ୭୫ ଜଣଙ୍କୁ ନେଇ ମୋଟ ୧୦୦୧ ଜଣ ସଭ୍ୟ ସଭ୍ୟା ଯୋଗ ଦେଇଥିବା ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଅନୁଷ୍ଠିତ ହେବା ସହିତ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ୧୪ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବାକଥା ପ୍ରକାଶ କରିଥିଲେ। ବିଭିନ୍ନ ଦିବସରେ କ୍ୟାମ୍ପ ଫାୟର, ପତାକା ଉତୋଳନ ଲିଡର ସିପ ମିଟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ। ସଭାପତି ତଥା ମୁଖ୍ୟ କମିଶନର, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଛାତ୍ର ଛାତ୍ରୀମାନଙ୍କୁ ଦେଶ ଗଠନ ସହିତ ସମାଜରେ ଶାନ୍ତି ଶୃଙ୍ଖଳା ଉତମ ନାଗରିକ ଓ ସମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବାକୁ ସ୍କାଉଟ ଶୃଙ୍ଖଳା ଓ ଶିକ୍ଷା, ଚେତନା ଦିଏ ବୋଲି କହିଥିଲେ। ମୁଖ୍ୟଅତିଥି ଶ୍ରୀ ଜଗଦେବ ଛାତ୍ରଛାତ୍ରୀମାନେ ବିକଶିତ ଭାରତରେ ଜଣେ ଜଣେ ବିକଶିତ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀମତି ଗୁମାନ ସିଂହ କର୍ମ ଉପରେ ଗୁରୁତ୍ୱ ଦେଇ ସମସ୍ତେ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ। ମାର୍ଚ୍ଚ ଫାଷ୍ଟକୁ ଗାଇଡ କମିଶନର ପୀତବାସ ପଟନାୟକ, ଦିବାକର ପଟ୍ଟନାୟକ ଓ ରମେଶ ବଳବନ୍ତରାୟ ପରିଚାଳନା କରିଥିଲେ। ଶେଷରେ ବ୍ଲକ ଶିକ୍ଷା ଅଧିକାରୀ ଯଜ୍ଞସେନୀ ସାହୁ ଧନ୍ୟବାଦ ଦେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ପିଲାମାନଙ୍କର ଖାଦ୍ୟ ପେୟ ଓ ରହିବା ପାଇଁ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଓ ସରସ୍ୱତୀ ଶିଶୁ ମନ୍ଦିର, ପ୍ରାକ୍ଟି ସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବ୍ୟବସ୍ଥା କରାଯାଇଅଛି। ବିଭିନ୍ନ ଶିକ୍ଷକ ସଂଗଠନ ତରଫରୁ ଶରତ କୁମାର ରାଉତ, ପ୍ରକାଶ ଚଂଦ୍ର ପଲେଇ, ମାନସ କୁମାର ସେଠୀ, ଗଣେଶ୍ୱର ମିଶ୍ର, ଗଣେଶ୍ୱର ପୃଷ୍ଟି, ଅଗାଧୁ ସେଠୀ, ପ୍ରସନ୍ନ କୁମାର ମହାପାତ୍ର, ମନୋଜ ଦାଶ, ଶିବ ପ୍ରସାଦ ମହାପାତ୍ର, ଅଞ୍ଜନ କୁମାର ରାୟ, ସୁରେଶ ଚନ୍ଦ୍ର ବିଶ୍ୱାଳ, ଚିତରଂଜନ ବରାଳ, ରେବତୀ ପଣ୍ଡା, ବିକାଶ ମୁଦୁଲି, ପ୍ରଫୁଲ୍ଲ ବେହେରା, ରବି ନାରାୟଣ ସାହୁ, ପ୍ରଦ୍ୟୁମ୍ନ ମିଶ୍ର, ମାନସ ପଣ୍ଡା, ବଦ୍ରି ରଥ, ସାହାଯ୍ୟ ସହଯୋଗ କରୁଥିବା ବେଳେ ବିଭିନ୍ନ ବ୍ଲକର୍ ଶିକ୍ଷା ଅଧିକାରୀ ଯଥା ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର, ସନାତନ ଜାଲି, ପ୍ରମୋଦ କୁମାର ସ୍ୱାଇଁ, ଭାସ୍କର ଲେଙ୍କା, ବିଆର ସି ସି ସଂଧ୍ୟା ବତି ଲେଙ୍କା, ଭରତ ଚଂଦ୍ର ପ୍ରଧାନ ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ଯ୍ଯ ପରିଚାଳନା ରେ ସହଯୋଗ ପ୍ରଦାନ କରୁଛନ୍ତି। ସଂଧ୍ୟା ରେ କଲର୍ ପାଟି ପ୍ରତିଯୋଗିତା, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ କ୍ୟାମ୍ପ୍ ଫାୟାର ଅନୁଷ୍ଠିତ ହୋଇ ଶିବିରାର୍ôଥମାନଙ୍କ ବିଶ୍ରାମ ପାଇଁ ଲାଇଟ ଆଉଟ୍ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ