
ଖୋର୍ଦ୍ଧା, ୧୫ ଡିସେମ୍ବର(ହି.ସ.) – ଖୋର୍ଦ୍ଧା ଜିଲ୍ଲା ପାଇଁ ଗର୍ବର ବିଷୟ ଯେ, ସ୍ୱୟମ ପ୍ରକାଶ ସାହୁ, ଖୋର୍ଦ୍ଧା ସହରର ଶାଗୁଆନ ବଗିଚା ଅଂଚଳର ଓଡିଶା ଆଦର୍ଶ ବିଦ୍ୟାଳୟ, ଖୋର୍ଦ୍ଧାର ଛାତ୍ର। ଆଗାମୀ ୬୯ ତମ ଜାତୀୟ ସ୍କୁଲ ଗେମ୍ସ–୨୦୨୫ , ବ୍ୟାଡମିଂଟନ(୧୪ ବର୍ଷରୁ କମ ବର୍ଗ) ଶ୍ରେଣୀରେ ଓଡ଼ିଶା ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବା ନିମନ୍ତେ ଚୟନ ହୋଇଛନ୍ତି।ଏହି ପ୍ରତିଯୋଗିତା ୧୭ ରୁ ୨୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସିଟି ଷ୍ଟାଡିୟମ ଠାରେ ଆୟୋଜିତ ହେବ। ସେ ଖୋର୍ଦ୍ଧା ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡା ଷ୍ଟାଡିୟମ ଠାରେ ଦିବ୍ୟଜ୍ୟୋତ୍ କୁମାର ସେଠୀଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ତତ୍ୱାବଧାନରେ ନିୟମିତ ଅଭ୍ୟାସ କରି୍ୱା ସହିତ ତାଙ୍କ କୌଶଳକୁ ଉନ୍ନତ କରିଆସୁଛନ୍ତି। ସ୍ୱୟମଙ୍କ ଏହି ସଫଳତା ଖୋର୍ଦ୍ଧା ଜିଲ୍ଲା ପାଇଁ ଏକ ସୁନ୍ଦର ଗୌରବମୟ ମୁହୂର୍ତ। ତାଙ୍କର ଆଗାମୀ ଯାତ୍ରା ପାଇଁ ଖୋର୍ଦ୍ଧା ଜିଲ୍ଲା ଯୁବ ବ୍ୟାଡ୍ ମିଣ୍ଟନ୍ ଆସୋସିଏସନ୍ ପକ୍ଷରୁ ସ୍ୱୟମଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବ୍ୟାଡ଼ ମିଂଟନ ଖେଳ କ୍ଷେତ୍ରରେ ଖୋର୍ଦ୍ଧାର ଯୁବବର୍ଗ ଏହି ମନୋନୟନ ଦ୍ୱାରା ଅଧିକ ଖୁସି ଓ ଉତ୍ସାହିତ ହେବେ ନିଶ୍ଚୟ ବୋଲି କ୍ରୀଡା ପ୍ରେମୀ ମାନେ ମତବ୍ୟକ୍ତ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ