ପୁନର୍ବାସର ବାର୍ଷିକ ସାଧାରଣ ପରିଷଦ ବୈଠକ
କେନ୍ଦ୍ରାପଡା, ୧୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧିରୁ ଉର୍ଦ୍ଧ୍ବକାଳ ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍
ପୁନର୍ବାସ ର ବାର୍ଷିକ ସାଧାରଣ ପରିଷଦ ବୈଠକ


କେନ୍ଦ୍ରାପଡା, ୧୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧିରୁ ଉର୍ଦ୍ଧ୍ବକାଳ ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସର୍ବ ପ୍ରଥମେ ସହ ସମ୍ପାଦକ ବଂଶୀଧର ମହାନ୍ତି ୨୦୨୫-୨୬ ଆର୍ଥିକ ବର୍ଷରେ ଅନୁଷ୍ଠାନ ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମଗୁଡିକ ଉପରେ ସଂକ୍ଷେପରେ ଆଲୋକପାତ କରିଥିଲେ । ଏହାପରେ କୋଷାଧ୍ୟକ୍ଷ ଶିବଚରଣ ସାମଲ ୨୦୨୪-୨୫ ଆର୍ଥିକ ବର୍ଷ ଆୟବ୍ୟୟର ଅଡିଟ୍ ରିପୋର୍ଟକୁ ଉପସ୍ଥାପିତ କରିଥିଲେ । ଆଲୋଚନା ମାଧ୍ୟମରେ ଉକ୍ତ ରିପୋର୍ଟଟିକୁ ଗୃହୀତ କରାଯାଇଥିଲା । ଏହାପରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ରାଉତରାୟ ପୁନର୍ବାସ ଅନୁଷ୍ଠାନ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନର ସହଯୋଗିତା ପ୍ରାପ୍ତ ହେବା ଏବଂ ଅନୁଷ୍ଠାନ ଦ୍ୱାରା ପ୍ରକାଶିତ ହେଉଥିବା ଦ୍ବି-ମାସିକ ଦ୍ବି-ଭାଷିକ ଭିନ୍ନକ୍ଷମତା ସମ୍ପର୍କିତ ସ୍ୱତନ୍ତ୍ର ସମ୍ବାଦପତ୍ର “ପୁନର୍ବାସ ସମାଚାର”କୁ ଆଇଏସ୍ଏସ୍ଏନ୍ ଦ୍ୱାରା ସ୍ୱୀକୃତି ମିଳିବା ଚଳିତ ବର୍ଷର ଦୁଇଟି ଉଲ୍ଲେଖଯୋଗ୍ୟ ସଫଳତା ବୋଲି ମତ ପ୍ରକାଶ କରିଥିଲେ ।

ଏହି ବାର୍ଷିକ ବୈଠକରେ ସଭ୍ୟ ସ୍ୱପ୍ନାଂଶୁ କୁମାର ଦାସ, ସଂଗ୍ରାମ ଚୌଧୁରୀ, ପ୍ରଶାନ୍ତ କୁମାର ସିଂହ, ଶେଷଦେବ ପ୍ରସାଦ ଦାସ, ଜିତେନ୍ଦ୍ର କୁମାର ରାଉତ, କ୍ଷୀରୋଦ କୁମାର କର, ଅମରିନ୍ ସାହାଦତ୍,ସଞ୍ଜୟ କୁମାର ଜେନା, ମହମ୍ମଦ୍ ଜାହିଦ ଖାନ୍,ପ୍ରଫୁଲ କୁମାର ବେହେରା ଓ ଅନୁଷ୍ଠାନର ସଭାପତି ଓ ସମ୍ପାଦିକା ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନ୍ୟତମ ଉପଦେଷ୍ଟା ତଥା ସଭ୍ୟ ପ୍ରଭାସ ଚନ୍ଦ୍ର ଦାସ ଓ ସାମାଜିକ ଅର୍ଥନୀତି ବିଶାରଦ ଶୁଭଙ୍କର ନାୟକ ସାମାଜିକ କ୍ଷେତ୍ରରେ ସଂଗଠିତ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପରିଶେଷରେ ଅନୁଷ୍ଠାନର ଉପସଭାପତି ଜ୍ୟୋତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande