ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ
କେନ୍ଦ୍ରାପଡା, ୧୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଖଡିଅଙ୍ଗର ଜଣାଶୁଣା ସମାଜସେବୀ ଡାକ୍ତର ଧନେଶ୍ୱର ପ୍ରଧାନଙ୍କ ବାସଭବନରେ ଶ୍ରୀ ଅରବିନ୍ଦଙ୍କ ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀମତୀ ଉର୍ମିଳା ରାଉତ, ପ୍ରସାଦ ତ୍ରିପାଠୀ, ମହେନ୍ଦ୍ରନାଥ ସ୍ୱାଇଁ ପ୍ରମୁ
ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ


କେନ୍ଦ୍ରାପଡା, ୧୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଖଡିଅଙ୍ଗର ଜଣାଶୁଣା ସମାଜସେବୀ ଡାକ୍ତର ଧନେଶ୍ୱର ପ୍ରଧାନଙ୍କ ବାସଭବନରେ ଶ୍ରୀ ଅରବିନ୍ଦଙ୍କ ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀମତୀ ଉର୍ମିଳା ରାଉତ, ପ୍ରସାଦ ତ୍ରିପାଠୀ, ମହେନ୍ଦ୍ରନାଥ ସ୍ୱାଇଁ ପ୍ରମୁଖ ଯୋଗଦେଇ ଅରବିନ୍ଦଙ୍କ ଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଅଞ୍ଜନା ପ୍ରଧାନ, ସୁଶ୍ରୀ ଜୟନ୍ତୀ ପ୍ରଧାନ, ସତ୍ୟପ୍ରିୟ ମହାନ୍ତି, ନରେନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

କାର୍ଯ୍ୟକ୍ରମଟି ସକାଳୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଉପସ୍ଥିତ ଥିବା ଭକ୍ତମାନେ ଶ୍ରୀ ଅରବିନ୍ଦଙ୍କ ଦିବ୍ୟ ଜନନୀଙ୍କ ପାଦ ପଦ୍ମ କୃପାଭିକ୍ଷା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande