ବିଏସ୍ ମଲର ଲଟେରୀ ଉଠାଣ କାର ଜିତିଲେ କେନ୍ଦୁଝର ମାଇନିଂରୋଡର ବ୍ରଜ ବିହାରୀ ମହାକୁଡ଼
କେନ୍ଦୁଝର, ୧୫ ଡିସେମ୍ବର (ହି.ସ.) - ପ୍ରତିବର୍ଷ ପରି ଚଳିତ ବର୍ଷ ଆଜି ଅପରାହ୍ଣରେ କେନ୍ଦୁଝର ବିଏସ୍ ମଲର ଲଟେରୀ ଉଠାଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ମାଇନିଂରୋଡ ଅଂଚଳର ବ୍ରଜ ବିହାରୀ ମହାକୁଡ଼ କାର ଭାଗ୍ୟଶାଳୀ ବିଜେତା ହୋଇଛନ୍ତି । ଏହି ଲଟେରୀ ଉଠାଣ କାର୍ଯ୍ୟକ୍ରମରେ ରୋଟାରିଆନ ସତ୍ୟଜିତ
ବିଏସ୍ ମଲର ଲଟେରୀ ଉଠାଣ କାର ଜିତିଲେ କେନ୍ଦୁଝର ମାଇନିଂରୋଡର ବ୍ରଜ ବିହାରୀ ମହାକୁଡ଼


କେନ୍ଦୁଝର, ୧୫ ଡିସେମ୍ବର (ହି.ସ.) - ପ୍ରତିବର୍ଷ ପରି ଚଳିତ ବର୍ଷ ଆଜି ଅପରାହ୍ଣରେ କେନ୍ଦୁଝର ବିଏସ୍ ମଲର ଲଟେରୀ ଉଠାଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ମାଇନିଂରୋଡ ଅଂଚଳର ବ୍ରଜ ବିହାରୀ ମହାକୁଡ଼ କାର ଭାଗ୍ୟଶାଳୀ ବିଜେତା ହୋଇଛନ୍ତି । ଏହି ଲଟେରୀ ଉଠାଣ କାର୍ଯ୍ୟକ୍ରମରେ ରୋଟାରିଆନ ସତ୍ୟଜିତ ନନ୍ଦ,ଆଇନଜୀବୀ ଚତୁର୍ଭୂଜ ହୋତା, ଜିଲା ସ୍ୱର୍ଣ୍ଣକାର ସଂଘର ସଭାପତି ରାମଚନ୍ଦ୍ର ସାହୁ, ସିଟିଜିର ପ୍ରତିଷ୍ଠାତା ଡଃ ରାଜେନ୍ଦ୍ର ପଲେଇ, ଘନଶ୍ୟାମ ମିଶ୍ର, ଆଇନଜିବୀ ରତିରଞ୍ଜନ ବେହେରା ପ୍ରମୁଖ ଅତିଥିଭାବେ ଯୋଗ ଦେଇ ବିଏସ ମଲ କନକ ଜୁଏଲାରୀ ପକ୍ଷରୁ ସବୁ ବର୍ଷ ଭଳି ଚଳିତ ବର୍ଷ ଗ୍ରାହକ ମାନଙ୍କ ପାଇଁ ଲଟେରୀ ବ୍ୟବସ୍ଥା କରୁଥିବାରୁ କନକ ଜୁଏଲରି ଆଜି କେନ୍ଦୁଝର ଜିଲ୍ଲା ସମେତ ମୟୁରଭଞ୍ଜ, ଅନୁଗୁଳ, ଯାଜପୁରର ଜିଲ୍ଲାର ଗ୍ରାହକଙ୍କ ପ୍ରଥମ ପସନ୍ଦ ହୋଇ ପାରିଛି ବୋଲି କହିଥଲେ । ପୃଥ୍ୱୀବୀ ରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଦୁଇଟି ପର୍ଯ୍ୟାୟରେ ସ୍ୱର୍ଣ୍ଣ ଅଳଙ୍କାର ଗ୍ରାହକ ଏବଂ ଗାର୍ମେଣ୍ଟସ କ୍ରୟ କରିଥିବା ଗ୍ରାହକମାନଙ୍କୁ ଲଟେରୀ ମାଧ୍ୟମରେ ପୁରସ୍କାର ଘୋଷଣା କରାଯାଇଥିଲା । ସ୍ୱର୍ଣ୍ଣ ଅଳଙ୍କାର ପୁରସ୍କାର ଯୋଜନାରେ ୫୩୭୧୨ କୁପନ୍‌ଧାରୀ ମାଇନିଂରୋଡ୍‌, କେନ୍ଦୁଝରର ବ୍ରଜ ବିହାରୀ ମହାକୁଡ଼ ହୋଣ୍ଡାଇ କାର ବିଜେତା ହୋଇଥିବାବେଳେ ୨୬୬୨୯ କୁପନଧାରୀ ଲିପାରାଣୀ ବେହେରା ଇଲେକକ୍ଟ୍ରିକ ଟୁ.ହ୍ୱିଲର ସ୍କୁଟି , ୧୦୧୩୮୪ କୁପନଧାରୀ ଶୁଭଙ୍କର ସାହୁ ଇଲେକକ୍ଟ୍ରିକ ଟୁ.ହ୍ୱିଲର ସ୍କୁଟି , ୧୦୨୫୩୦ କୁପନଧାରୀ ପ୍ରଶାନ୍ତ କୁମାର ସାହୁ ରେଫ୍ରିଜିରେଟର, ୫୮୬୦୩ କୁପନଧାରୀ ବବିତା ସାହୁ ୱାସିଂ ମେସିନ,୧୦୦୯୫୬ କୁପନଧାରୀ ମନୋଜ କୁମାର ମହାନ୍ତ ସ୍ମାର୍ଟ ଫୋନ, ୧୮୪୮୯ କୁପନଧାରୀ ରଜତ ଡ଼ାଙ୍ଗୁଆ ହାତ ଘଂଟା ପୁରସ୍କାର ଜିତିଛନ୍ତି । ସେହିପରି କନକ ଗାର୍ମେଂଟସ ପୁରସ୍କାର ଯୋଜନାରେ ୩୬୯୫ ନମ୍ବର ବିଶିଷ୍ଟ କୁପନଧାରୀ ସଞ୍ଜିତ କୁମାର ସାହୁ ଇଲେକକ୍ଟ୍ରିକ ଟୁ.ହ୍ୱିଲର ସ୍କୁଟି , ୧୪୫୯ ନମ୍ବର କୁପନଧାରୀ ଆୟୁଷ ପାଣି ଇଲେକକ୍ଟ୍ରିକ ଟୁ.ହ୍ୱିଲର ସ୍କୁଟି, ୯୨୨ କୁପନଧାରୀ ଚିକୁ ନାଏକ ରେଫ୍ରିଜିରେଟର,୫୦୫ କୁପନଧାରୀ ଡ଼ାକ୍ତର ଉମେଶ ସାହୁ ୱାସିଂ ମେସିନ ଏବଂ ୨୧୪୦ କୁପନଧାରୀ ଅଭିଷେକ ଚକ୍ର ହାତ ଘଂଟା ପୁରସ୍କାର ଜିଣିଥିବା ବିଏସ୍ ମଲ୍ ତରଫରୁ ସୂଚନା ଦିଆଯାଇଛି । ବିଏସ ମଲର ସତ୍ୱାଧିକାରୀ ଜିତେନ୍ଦ୍ର କୁମାର ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟତମ ସତ୍ୱାଧିକାରୀ ଦୀପକ କୁମାର ସାହୁ,ରାଜେନ୍ଦ୍ର କୁମାର ସାହୁ,ମଞ୍ଜୁଲତା ସାହୁ,ନିକୁ ସାହୁ, ପ୍ରଜ୍ଞା ପ୍ରିୟଦର୍ଶନୀ ସାହ, ଅଙ୍କିତା ସାହୁ, ବିଏସ ତଥ୍ୟ, ବିଏସ ତଲଙ୍କ ବିଏସ ତିଭିୟାନ୍ ଓ ପରିଚାଳକ ବିଶ୍ୱାନାଥ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande