ଅରଡେଇ ନଦୀ : ଚୋରା ବାଲି ଉତୋଳନ ପାଇଁ ବାଜିରେ ଲାଗୁଛି ଜୀବନ
ଚମ୍ପୁଆ, ୧୫ ଡିସେମ୍ବର(ହି.ସ.) – ଚମ୍ପୁଆ ଉପଖଣ୍ଡ ମଣଦା ଅରଡେଇ ନଦୀ ପୋଲ ତଳୁ ବେଧଡକ ଚାଲିଛି ବାଲି ଚୋରା ଚାଲାଣ। କିଛି ବାଲି ମାଫିଆ ଦିନ ଦ୍ୱୀପହରେ ପୋଲ ତଳୁ ଦୈନିକ ଶହ ଶହ ଟ୍ରିପ ବାଲି ଟ୍ରାକଟର ସାହାଯ୍ୟ ରେ ଲୁଟ କରୁଥିବା ଦେଖାଯାଇଛି। ତେବେ ଏହି ବାଲି ଉତୋଳନ ପାଇଁ ନିରିହ ଶ୍ରମିକଙ୍କ ଜୀବନ ବାଜି
ଅରଡେଇ ନଦୀ : ଚୋରା ବାଲି ଉତୋଳନ ପାଇଁ ବାଜିରେ ଲାଗୁଛି ଜୀବନ


ଚମ୍ପୁଆ, ୧୫ ଡିସେମ୍ବର(ହି.ସ.) – ଚମ୍ପୁଆ ଉପଖଣ୍ଡ ମଣଦା ଅରଡେଇ ନଦୀ ପୋଲ ତଳୁ ବେଧଡକ ଚାଲିଛି ବାଲି ଚୋରା ଚାଲାଣ। କିଛି ବାଲି ମାଫିଆ ଦିନ ଦ୍ୱୀପହରେ ପୋଲ ତଳୁ ଦୈନିକ ଶହ ଶହ ଟ୍ରିପ ବାଲି ଟ୍ରାକଟର ସାହାଯ୍ୟ ରେ ଲୁଟ କରୁଥିବା ଦେଖାଯାଇଛି। ତେବେ ଏହି ବାଲି ଉତୋଳନ ପାଇଁ ନିରିହ ଶ୍ରମିକଙ୍କ ଜୀବନ ବାଜିରେ ଲାଗିଥିବା ଦେଖାଯାଇଛି। ବାଲି ମାଫିଆମାନେ ଭରା ନଦୀରୁ ବକ୍ଷଲି ଚାଲାଣ କରିବା ପାଇଁ ନିୟୋଜିତ କରିଥିବା ଗାଡି ଗୁଡିକର କୌଣସି କାଗଜ ପତ୍ର ନଥିବାବେଳେ କୌଣସି ଡ୍ରାଇଭରଙ୍କ ଲାଇସେନ୍ସ ମଧ୍ୟ ନଥିବା ଜଣାପଡିଛି। ବିନା କାଗଜ ପତ୍ରରେ ଭରା ନଦୀ ଭିତରେ ଗାଡି ଭର୍ତି କରି ଯେଉଁଭଳି ଭାବରେ ବାଲି ଉଠାଇ ମାଫିଆମାନେ ମାଲାମାଲ ହେଉଛନ୍ତି ଆଗକୁ କିଛି ଅଘଟଣ ଘଟିଲେ ଏହି ବାଲି ଉତୋଳନ କାର୍ଯ୍ୟରେ ନିୟେକ୍ଷଜିତ ଶ୍ରମିକ ଓ ଡ୍ରାଇଭରଙ୍କ ଭବିଷ୍ୟତ କଣ ହେବ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି। ରାଜ୍ୟ ବାହାରର କିଛି ବାଲି ମାଫିଆ ଏଠାକାର ଟ୍ରାକ୍ଟର ମାଲିକଙ୍କୁ ହାତ କରି ନଦୀରୁ ବେଆଇନ ଭାବେ ଦିନଦ୍ୱୀପ୍ରହରେ ବାଲି ଉତୋଳନ କରି ଗ୍ରାମର ବିଭିନ୍ନ ସ୍ଥାନରେ ଗଛିତ ରଖି ରାତିରେ ଏହି ବାଲିକୁ ବଡ ବଡ ହାଇୱା ଗାଡିରେ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ତେବେ ଏହି କାରବାରକୁ ନେଇ ପୁଲିସ ଓ ଲଘୁ ଖଣିଜ ବିଭାଗ ସବୁ ଜାଣି ମଧ୍ୟ ଅଜଣା ବସିଥିବା ବେଳେ ବାଲି ଚୋରା ଚାଲାଣକୁ ନେଇ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି। ବେଆଇନ ବାଲି ଚାଲାଣ ପାଇଁ ଅହରହ ବାଲି ବୋଝେଇ ଟ୍ରାକ୍ଟର ଓ ହାଇୱା ଚଳାଚଳ ପାଇଁ ନିକଟରେ ନିର୍ମିତ ଗୋପୀନାଥପୁର ମଣଦା ମୂଖ୍ୟ ମନ୍ତ୍ରୀ ସଡକଟି ମଧ୍ୟ ନଷ୍ଟ ହେବାକୁ ବସିଥିବା ବେଳେ ଅରଡେଇ ନଦୀର ପୋଲତଳୁ ବେଆଇନ ବାଲି ଉତୋଳନ ଯୋଗୁଁ ପୋଲ ର ସ୍ଥାୟିତ୍ୱ ପ୍ରତି ବିପଦ ଦେଖାଦେଇଛି। ବେଆଇନ ବାଲି ଉତୋଳନ ପାଇଁ ଏହି ପୋଲ ନିକଟରେ ଥିବା ଦୁଇଟି ଉଠାଜଳସେଚନ ପ୍ରକଳ୍ପ ପ୍ରଭାବିତ ହେବା ସହ ଅଚଳ ମଧ୍ୟ ହୋଇପଡିଛି। ଦୈନିକ ଚୋରା ବାଲି କାରବାର ପାଇଁ ଏଠାରେ ବହୁ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିବା ବେଳେ ଏଥିପ୍ରତି ପୁଲିସ ର ନିରବତା ପଛରେ ଥିବା ରହସ୍ୟକୁ ନେଇ ସନ୍ଦେହ ପ୍ରକଟ କରୁଛନ୍ତି ସ୍ଥାନୀୟ ଅଂଚଳବାସୀ। ଏହାକୁ ନେଇ ଝୁମ୍ପୁରା ଥାନା ଅଧିକାରୀ ସୋମବାରୀ ହାସଦାଙ୍କୁ ଯୋଗାଯୋଗ କରିବାରୁ ସେ ଅଂଚଳ ଆମ ଥାନା ଅଧିନରେ ନାହିଁ ଏ ନେଇ ଖଣି ବିଭାଗକୁ କୁହନ୍ତୁ କହୁଥିବା ବେଳେ କେନ୍ଦୁଝର ଲଘୁ ଖଣି ବିଭାଗ ଅଧିକାରୀ ସୁପ୍ରଭା ନାଏକଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ମୋବାଇଲ ରିସିଭ କରୁନଥିବାରୁ ତାଙ୍କ ମତାମତ ମିଳି ପାରିନାହିଁ।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande