ନିୟନ୍ତ୍ରିତ ବଜାର କମିଟି ଠାରେ ଶୀତଳ ଭଣ୍ଡାର ଉଦ୍‌ଘାଟିତ
କେନ୍ଦ୍ରାପଡା, ୧୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା ନିୟନ୍ତ୍ରିତ କମିଟି ବଜାର ଠାରେ ୫୦୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାରକୁ ସାଂସଦ କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ଉଦଘାଟନ କରିଛନ୍ତି । ଉଦଘାଟନି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜ
ନିୟନ୍ତ୍ରିତ ବଜାର କମିଟି ଠାରେ ଶୀତଳ ଭଣ୍ଡାର ଉଦ୍‌ଘାଟିତ


କେନ୍ଦ୍ରାପଡା, ୧୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା ନିୟନ୍ତ୍ରିତ କମିଟି ବଜାର ଠାରେ ୫୦୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାରକୁ ସାଂସଦ କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ଉଦଘାଟନ କରିଛନ୍ତି । ଉଦଘାଟନି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ବିଜେପି ସଭାପତି କୀଶୋର କୁମାର ପଣ୍ଡ, ସଂଜୟ ରଥ, ବିଜେପି ନେତ୍ରୀ, ଜ୍ୟୋସ୍ନାରାଣୀ ସେଠୀ, ଲିଲିତା ଦାସ, ମିନାକ୍ଷୀ ପଣ୍ଡା, ଉପୀନ ରାଉତ, ଅଭିମନ୍ୟୁ ଗୋଛାୟତ, ଅମିତାଭ ସୁଆର ସଲିମ ଖାନ, ପ୍ରତାପ ଚନ୍ଦ୍ର ଦାସ, ନେହେରୁ ସାହୁ, ତେଜେଶ୍ୱର ପରିଡା, ଜିଲ୍ଲାପାଳ ରଘୁରାମ ଆର ଆୟର, ଚାଷୀ ନେତା ବିଚିତ୍ର କୁମାର ପ୍ରଧାନ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିଦ୍ୟାଧର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।

୧ କୋଟି ୮୦ ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ଶୀତଳ ଭଣ୍ଡାରରେ ୫ ଟି ଚାମ୍ବର ରହିଛି, ଯାହାଫଳରେ କି ଜିଲ୍ଲାର ଚାଷୀମାନେ ତାଙ୍କର ଉତ୍ପାଦିତ ବଳକା ପନିପରିବା ରଖି ଭବିଷ୍ୟତରେ ଲାଭବାନ ହୋଇପାରିବେ । ଏହା ସହିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗର ପ୍ରାଣୀ ଆଶୁ ଚିକିତ୍ସା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି ସାଂସଦ । ଏବଂ ଖରିଫ ଧାନ ୨୦୨୫-୨୬ ର କ୍ରୟ ନିମନ୍ତେ ପ୍ରଚାର ରଥ ଗାଡିର ଶୁଭାରମ୍ଭ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande