ଡେରାବିଶ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, ୧୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ମହୋତ୍ସବ ପାଇଁ ଚତୁର୍ଦ୍ଦଶତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଡେରାବିଶ ସାଂସ୍କୃତିକ ସଂଗଠନ ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଚୈାଧୁରୀ ଅଧ୍ୟକ୍ଷତା
କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଡେରାବିଶ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡା, ୧୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ମହୋତ୍ସବ ପାଇଁ ଚତୁର୍ଦ୍ଦଶତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଡେରାବିଶ ସାଂସ୍କୃତିକ ସଂଗଠନ ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଚୈାଧୁରୀ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ସଭ୍ୟ ଈଶ୍ୱର ଚନ୍ଦ୍ର ପୃଷ୍ଟି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ଡଃ. ଭକ୍ତକବି ଦାସ, ସମ୍ପାଦକ ସରୋଜ ଦାସ, ଡେରାବିଶ ତହସିଲଦାର ସରୋଜ ନାୟକ, ବିଡିଓ ନମିତା ବାରିକ, କେନ୍ଦ୍ରାପଡା ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୈାଡ, ଉପଦେଷ୍ଟା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ଆଇନ୍‌ଜିବୀ ଶାନ୍ତିସ୍ୱରୂପ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ଡେରାବିଶ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଆଲୋଚନା କରିଥିଲେ । ଏହି ମହୋତ୍ସବରେ ସରକାରଙ୍କର ସବୁ ବିଭାଗର ଷ୍ଟଲ୍ ପ୍ରଦର୍ଶନ କରାଯିବ । ପ୍ରଶାସନ ପକ୍ଷରୁ ଏହାକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି । ଏଥିସହିତ ବିଭିନ୍ନ ଜିଲ୍ଲାରୁ ସାଂସ୍କୃତିକ ଟିମ୍ ଓ ଏହି ମହୋତ୍ସବରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବଡବଡ ବ୍ୟବସାୟୀମାନେ ସେମାନଙ୍କର ଦୋକାନ ସ୍ଥାପନ କରିବେ । ଏହି ମହୋତ୍ସବରେ ପଲିଥିନ୍ ବ୍ୟବହାର ନ କରିବା ପାଇଁ ଏବଂ ଏହାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ବୈଠକରେ ଆଲୋଚନା କରାଯାଇଛି ।

ଆୟୋଜିତ ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ମହୋତ୍ସବ କମିଟିର ସଭ୍ୟ ପ୍ରଭାକର ସାମଲ, ସନ୍ତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande