ସମାଜ ପ୍ରତି ସମର୍ପିତ ଥିଲେ ପୂର୍ବତନ ସରପଂଚ ଗୋଲକ ଚନ୍ଦ୍ର ସାମଲ
ଭଦ୍ରକ, ୧୫ ଡିସେମ୍ବର (ହି.ସ.) - ଗ୍ରାମାଂଚଳର ବସବାସ କରୁଥିବା ଗରିବ ଅବହେଳିତ ଦୁସ୍ଥ ଲୋକଙ୍କ ସେବାକୁ ପ୍ରାଥମିକତା ଦେଇ ଜୀବନର ଶେଷ ପର୍ଯ୍ୟନ୍ତ ସେବା କାର୍ଯ୍ୟ କରୁଥିଲେ ପୂର୍ବତନ ସରପଂଚ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗୋଲକ ଚନ୍ଦ୍ର ସାମଲ । ଏହାଛଡା ସେ ଜଣେ ଆଦର୍ଶ ଚିକିତ୍ସକ ଭାବେ ଦୀର୍ଘ ପାଂ
ସମାଜ ପ୍ରତି ସମର୍ପିତ ଥିଲେ ପୂର୍ବତନ ସରପଂଚ ଗୋଲକ ଚନ୍ଦ୍ର ସାମଲ


ଭଦ୍ରକ, ୧୫ ଡିସେମ୍ବର (ହି.ସ.) - ଗ୍ରାମାଂଚଳର ବସବାସ କରୁଥିବା ଗରିବ ଅବହେଳିତ ଦୁସ୍ଥ ଲୋକଙ୍କ ସେବାକୁ ପ୍ରାଥମିକତା ଦେଇ ଜୀବନର ଶେଷ ପର୍ଯ୍ୟନ୍ତ ସେବା କାର୍ଯ୍ୟ କରୁଥିଲେ ପୂର୍ବତନ ସରପଂଚ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗୋଲକ ଚନ୍ଦ୍ର ସାମଲ । ଏହାଛଡା ସେ ଜଣେ ଆଦର୍ଶ ଚିକିତ୍ସକ ଭାବେ ଦୀର୍ଘ ପାଂଚ ଦଶନ୍ଧି ଧରି ବୋଡ଼କ ତଥା ଆଖପାଖ ପଂଚାୟତର ରୋଗୀ ସେବା ମାଗଣାରେ କରି ଆସୁଥିଲେ । ସେହିପରି ଜଣେ ଆଦର୍ଶ ସରପଂଚ ଭାବେ ମଧ୍ୟ ଅନେକ ଜନ କଲ୍ୟାଣ କାର୍ଯ୍ୟ କରି ସମସ୍ତଙ୍କ ନିକଟରେ ସେ ସ୍ମରଣୀୟ ହୋଇ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ସାମଲଙ୍କ ଶ୍ରଦ୍ଧାଞ୍ଜଳି ସଭ ରେ ଦଳ ମତ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ବୋଡ଼କ ବଜାର ଠାରେ ବୋଡ଼କ ଗ୍ରାମ ପଂଚାୟତ, ନାୟକାଣୀ ପାଲା କମିଟି, ବୋଡ଼କ ଦେଶ ଦୋଳ ମେଳଣ କମିଟି, ସାର୍ବଜନୀନ ଦୁର୍ଗା ପୂଜା କମିଟି ଏବଂ ଶୁଭମ ସ୍ୱେଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ ସୁବାସ ଚନ୍ଦ୍ର ଦାସ ଓ ପୂର୍ବତନ ସରପଂଚ ଶଶଧର ସାମଲଙ୍କ ମିଳିତ ସଂଯୋଜନାରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ଦଳିତ ନେତା ଅକ୍ଷୟ ମଲ୍ଲିକ. ସରପଂଚ ପ୍ରତିନିଧି ବିଷ୍ଣୁ ମୋହନ ଜେନା। ସମିତି ସଭ୍ୟ ଜୟପ୍ରକାଶ ମଳିକ, ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା, ସାମ୍ବାଦିକ ନରେନ୍ଦ୍ର କୁମାର ସାମଲ, ବୋଡ଼କ ଦେଶ ଦୋଳ କମିଟି ସଭାପତି ପ୍ରଶାନ୍ତ ଖୁଂଟିଆ.ଶିକ୍ଷାବିତ ହରିହର ପାକଳ. ହରିହର ପତି. ଶିକ୍ଷକ ଦୟାନିଧି ନାୟକ. ମହେଶ୍ୱର ନାଥ, ଇନ୍ଦ୍ର ମଣି ଜେନା, ବିଜେଡି ନେତା ଶଙ୍କର୍ଷଣ ଦାସ, ରମାକାନ୍ତ ସାମଲ, ବିଜେପି ନେତା ପ୍ରମୋଦ ଦାସ, ଅଭୟ ମଲ୍ଲିକ, ପ୍ରଭାତ ଜେନା.କ୍ଷୀରସିନ୍ଧୁ ବାରିକ.ନାୟକଣୀ ପାଲା କମିଟି ସଭପତି ଗୋଲକ ପ୍ରସାଦ ଭୋଇ.କଂଗ୍ରେସ ନେତା ଭାସ୍କର ନାଥ. ସମାଜସେବୀ ଭଗବତ ପଲେଇ. ଦୁର୍ଗା ପୂଜା କମିଟି ସଭାପତି ଶରତ କବି. ପୂର୍ବତନ ସମିତି ସଭ୍ୟ ବିଷ୍ଣୁ ମୋହନ ପଳେଇ. ଶୁଭମ ସଭାପତି ହୃଷିକେଶ ବାରିକ. ବିଜୟ ପାଢ଼ୀ. ଆନନ୍ଦ ପଲେଇ. ଆନନ୍ଦ ଚନ୍ଦ୍ର ବେହେରା. ପ୍ରେମସିନ୍ଧୁ ପାକଳ. ରାଜା ପାଣିଗ୍ରାହୀ. ପ୍ରଶାନ୍ତ ବେହେରା. ଦୁଃଶାସନ ପରିଡା ପ୍ରମୁଖ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମନେ ଯୋଗ ଦେଈ ସ୍ୱର୍ଗତ ଗୋଲକ ସାମଲ ଙ୍କ ବହୁମୁଖୀ ପ୍ରତିଭା ଓ ନିରଳସ ଜନସେବା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ରେ ନିରବ ପ୍ରାର୍ଥନା କରାଯିବା ସହିତ ସମସ୍ତେ ସ୍ୱର୍ଗତ ସାମଲଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande