ଜେସିଆଇ ବଲାଙ୍ଗୀର ସିଟିର ୧୮ତମ ଶପଥ ଗ୍ରହଣ ସମାରୋହ ୨୫ ନୂତନ ସଦସ୍ୟ ନେଲେ ସଦସ୍ୟତା ଶପଥ
ବଲାଙ୍ଗୀର, ୧୫ ଡିସେମ୍ବର(ହି.ସ.) – ବଲାଙ୍ଗୀର ସ୍ଥିତ ବିଦ୍ୟା ହେଭେନ୍ସ ଠାରେ ଜେସିଆଇ ବଲାଙ୍ଗିର ସିଟିର ୧୮ତମ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୫ଜଣ ନୂତନ ସଦସ୍ୟ ଏହି ପ୍ରତିଷ୍ଠିତ ସଂଗଠନରେ ଯୋଗ ଦେବା ପାଇଁ ସଦସ୍ୟତା ଶପଥ ଗ୍ରହଣ କରିଥିଲେ । ୨୦୨୫ ବର୍ଷର ସଭାପତ ଜେସି ଅବିନା
ଜେସିଆଇ ବଲାଙ୍ଗିର ସିଟିର ୧୮ତମ ଶପଥ ଗ୍ରହଣ ସମାରୋହ, ୨୫ ନୂତନ ସଦସ୍ୟ ନେଲେ ସଦସ୍ୟତା ଶପଥ


ଜେସିଆଇ ବଲାଙ୍ଗିର ସିଟିର ୧୮ତମ ଶପଥ ଗ୍ରହଣ ସମାରୋହ, ୨୫ ନୂତନ ସଦସ୍ୟ ନେଲେ ସଦସ୍ୟତା ଶପଥ


ବଲାଙ୍ଗୀର, ୧୫ ଡିସେମ୍ବର(ହି.ସ.) – ବଲାଙ୍ଗୀର ସ୍ଥିତ ବିଦ୍ୟା ହେଭେନ୍ସ ଠାରେ ଜେସିଆଇ ବଲାଙ୍ଗିର ସିଟିର ୧୮ତମ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୫ଜଣ ନୂତନ ସଦସ୍ୟ ଏହି ପ୍ରତିଷ୍ଠିତ ସଂଗଠନରେ ଯୋଗ ଦେବା ପାଇଁ ସଦସ୍ୟତା ଶପଥ ଗ୍ରହଣ କରିଥିଲେ । ୨୦୨୫ ବର୍ଷର ସଭାପତ ଜେସି ଅବିନାଶ ଅଗ୍ରୱାଲ ଚଳିତ ବର୍ଷ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସମୃଦ୍ଧିକୁ ସୁନ୍ଦର ଭାବରେ ବର୍ଣ୍ଣନା କରି ନିଜର ବାର୍ଷିକ ବିବରଣୀ ପାଠ କରିଥିଲେ। ପରବର୍ତୀ ସମୟରେ, ୨୦୨୬ ବର୍ଷ ପାଇଁ ଜେସି କମଲ ଚୌଧୁରୀ ସଭାପତି ଭାବରେ ଏବଂ ଜେସି ରାଜୀ ଗୋୟଲ ସମ୍ପାଦକ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ଇନଷ୍ଟଲିଂ ଅଫିସର ଭାବେ ଜୋନ ୨୭ ଜେସିଆଇ ଇଣ୍ଡିଆର ପ୍ରତିଷ୍ଠାତା ଜୋନ ସଭାପତି ଜେସି ପ୍ରଣବ ଲାଠ ଯୋଗଦେଇ ଜେସିଆ ଏବଂ ଜୋନ ପାଇଁ ନିଜର ଦୃଷ୍ଟିକୋଣ ବିଷୟରେ ଏକ କ୍ରାନ୍ତିକାରୀ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜୋନ ଉପସଭାପତି ଜେସି ରୁପମ ଦାସ ଯୋଗ ଦେଇ ଜେସିଆଇ ବଲାଙ୍ଗିର ସିଟିର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିବା ସହ ସଦସ୍ୟମାନଙ୍କୁ ମହତ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ସମାରୋହରେ ସଂଗଠନର ସମସ୍ତ ସଦସ୍ୟ ଏବଂ ପୂର୍ବତନ ସଭାପତିମାନଙ୍କ ସହ ବଲାଙ୍ଗୀରର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ଜେସି ରାଜୀବ ଗୋୟଲ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande