କେନ୍ଦ୍ରିୟ ବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ସହ ବାର୍ଷିକ କ୍ରିଡା ଦିବସ ପାଳନ
ଜୟପୁର,୧୫ ଡିସେମ୍ବର (ହି.ସ.) - କେନ୍ଦ୍ରିୟ ବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ସହ ବାର୍ଷିକ କ୍ରିଡା ଦିବସ ପାଳନ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ଜୟପୁର ପରିସରରେ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ହରି ହର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାଯ୍ୟକ୍ରମରେ ମୁଖ୍ୟ
କେନ୍ଦ୍ରିୟ ବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ସହ ବାର୍ଷିକ କ୍ରିଡା  ଦିବସ ପାଳନ


ଜୟପୁର,୧୫ ଡିସେମ୍ବର (ହି.ସ.) - କେନ୍ଦ୍ରିୟ ବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ସହ ବାର୍ଷିକ କ୍ରିଡା ଦିବସ ପାଳନ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ଜୟପୁର ପରିସରରେ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ହରି ହର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଯୋଗ ଦେଇ ବାର୍ଷିକ କ୍ରିଡାକୁ ଉଦଘାଟନ କରିଥଲେ । ସମ୍ମାନିତ ଅତିଥି ଭାବେ ପି.ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ଭାରତୀ ପଣ୍ଡା ମଂଚ ପରିଚାଳନା କରିଥିଲେ । ସଂସ୍କୁତିକ କାଯ୍ୟକ୍ରମ, ଖେଳାଳିଙ୍କ ଶପଥ ପାଠ, ପୁରସ୍କାର ବିତରଣ, ଜାତୀୟ ସଙ୍ଗିତ ଗାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଅବିଭାବକ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande