କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଜୀଙ୍କ ଏସଆଇଆର ଅଭିଭାଷଣର ଭିଜୁଆଲ ପ୍ରଦର୍ଶନ କାର୍ଯ୍ୟକ୍ରମ
ଭଦ୍ରକ, ୧୫ ଡିସେମ୍ବର (ହି.ସ.) - ଆଜି ଭାରତୀୟ ଜନତା ପାର୍ଟି, ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଠାରେ ଭାରତର ଗୃହମନ୍ତ୍ରୀ ଅମିତ ସାହା ଜୀଙ୍କ ଏସଆଇଆର ବିଷୟରେ ରାଜ୍ୟସଭାରେ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣର ଭିଜୁଆଲ ପ୍ରଦର୍ଶନ ସହିତ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇ
KENDRA GRUHA MANTRI AMIT SAHAJI


ଭଦ୍ରକ, ୧୫ ଡିସେମ୍ବର (ହି.ସ.) - ଆଜି ଭାରତୀୟ ଜନତା ପାର୍ଟି, ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଠାରେ ଭାରତର ଗୃହମନ୍ତ୍ରୀ ଅମିତ ସାହା ଜୀଙ୍କ ଏସଆଇଆର ବିଷୟରେ ରାଜ୍ୟସଭାରେ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣର ଭିଜୁଆଲ ପ୍ରଦର୍ଶନ ସହିତ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ନେତୃତ୍ୱ, ବ୍ଲକ ଏବଂ ମୁନିସିପାଲିଟି ଅଧ୍ୟକ୍ଷମାନେ, ମଣ୍ଡଳ ସଭାପତିମାନେ ସହିତ ଅନେକ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଦେଶ ଓ ରାଜ୍ୟର ସୁରକ୍ଷା, ଉନ୍ନତି ଏବଂ ସୁଶାସନ ପ୍ରତି ମାନନୀୟ ଗୃହମନ୍ତ୍ରୀଙ୍କ ଦୃଢ଼ ଦୃଷ୍ଟିକୋଣ ଉପରେ ସାରଗର୍ଭିତ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ବିଜେପି ଜିଲା ସଭାପତି ଭଗବାନ ପଣ୍ଡା ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande