ନିଖିଳ ଓଡିଶା ନାଇଟ୍ ୱାଚ, ୱାର୍ଡ ଓ ହାଉସ୍ କିପିଂ କର୍ମଚାରୀ ସଂଘର ବୈଠକ
କେନ୍ଦ୍ରାପଡା, ୧୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ନିଖିଳ ଓଡିଶା ନାଇଟ୍ ୱାଚ, ୱାର୍ଡ ଓ ହାଉସ୍ କିପିଂ କର୍ମଚାରୀ ସଂଘ କେନ୍ଦ୍ରାପଡା ଶାଖାର ଏକ ବୈଠକ ବରିଷ୍ଠ ଆଇନ୍‌ଜିବୀ ରମଣୀ ରଞ୍ଜନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ବସନ୍ତ କୁମାର ସାହୁ, ସମ୍ପାଦକ ଝରଣା
-ନିଖିଳ ଓଡିଶା ନାଇଟ୍ ୱାଚ, ୱାର୍ଡ ଓ ହାଉସ୍ କିପିଂ କର୍ମଚାରୀ ସଂଘର ବୈଠକ


କେନ୍ଦ୍ରାପଡା, ୧୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ନିଖିଳ ଓଡିଶା ନାଇଟ୍ ୱାଚ, ୱାର୍ଡ ଓ ହାଉସ୍ କିପିଂ କର୍ମଚାରୀ ସଂଘ କେନ୍ଦ୍ରାପଡା ଶାଖାର ଏକ ବୈଠକ ବରିଷ୍ଠ ଆଇନ୍‌ଜିବୀ ରମଣୀ ରଞ୍ଜନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ବସନ୍ତ କୁମାର ସାହୁ, ସମ୍ପାଦକ ଝରଣା ବେହେରା, ସହ ସମ୍ପାଦକ ମିନତୀ ବିଶ୍ୱାଳ, ଉପଦେଷ୍ଟା କେଦାରନାଥ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ଏକ ୬ ଦଫା ଦାବିପତ୍ର ଯଥା- ତୁରନ୍ତ ବକେୟା ଦରମା ପ୍ରଦାନ କରାଯିବା, ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରାଯିବା, ଦେହ ଖରାପ୍ ହେଲେ ଛୁଟି ବ୍ୟବସ୍ଥା କରାଯିବା, ଦରମା ଛଅ ହଜାର ପରିବର୍ତ୍ତେ ୧୫ ହଜାର କରାଯିବା ଆଦି ଦାବିଗୁଡିକ ରହିଛି । ଏହି ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande