ଘର ଉପରୁ ପଡି ବୃଦ୍ଧଙ୍କ ମୃତ୍ୟ
କେନ୍ଦୁଝର, ୧୫ ଡିସେମ୍ବର (ହି.ସ.) - ଘଟଗାଁ ବ୍ଲକ ଢେଂକିକୋଟ ଫାଣ୍ଡି ଅନ୍ତର୍ଗତ ଆମ୍ବୁଆପଡା ଗ୍ରାମରେ ଘର ଉପରୁ ଖସିପଡି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି,ଭୋଳବେଡା ଗ୍ରାମ ପଂଚାୟତ ଅଧିନସ୍ଥ ଆମ୍ବୁଆ ପଡା ଗ୍ରାମର କୃଷ୍ଣ ନାଏକ (୭୦)ନିଜର ଗାଇଗୋରୁ ଙ୍କ ପାଇଁ ଛାତଉପରେ ଥିବା କୋଳଥ ଭୁସି
ଘର ଉପରୁ ପଡି ବୃଦ୍ଧଙ୍କ ମୃତ୍ୟ


କେନ୍ଦୁଝର, ୧୫ ଡିସେମ୍ବର (ହି.ସ.) - ଘଟଗାଁ ବ୍ଲକ ଢେଂକିକୋଟ ଫାଣ୍ଡି ଅନ୍ତର୍ଗତ ଆମ୍ବୁଆପଡା ଗ୍ରାମରେ ଘର ଉପରୁ ଖସିପଡି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି,ଭୋଳବେଡା ଗ୍ରାମ ପଂଚାୟତ ଅଧିନସ୍ଥ ଆମ୍ବୁଆ ପଡା ଗ୍ରାମର କୃଷ୍ଣ ନାଏକ (୭୦)ନିଜର ଗାଇଗୋରୁ ଙ୍କ ପାଇଁ ଛାତଉପରେ ଥିବା କୋଳଥ ଭୁସି କୁ ପାରି ସମୟରେ ରବିବାର ବିଳମ୍ବିତ ରାତିରେ ତଳେ ପଡିଯିବାରୁ ତାଙ୍କ ମୁଣ୍ଡ ମାଡ ହୋଇ ଗୁରୁତର ହୋଇ ଥିଲେ । ପରିବାର ଲୋକେ ଓ ପଡୋଶୀ ୧୦୮ ଆମ୍ବୁଲାନ୍ସ କୁ ଡାକି ପ୍ରଥମେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତି କରିବା ପରେ ଡାକ୍ତର ଚିକତ୍ସା କରିଥିଲେ ହେଲେ କୃଷ୍ଣ ନାଏକ ଙ୍କ ଅବସ୍ଥା ସଙ୍କଟାପନ ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକତ୍ସାଳୟ କୁ ସ୍ଥାନାନ୍ତର ହୋଇ ଚିକିତ୍ସା ଚାଲି ଥିବା ବେଳେ ସୋମବାର ସେ ମୃତ୍ୟୁ ବରଣ କଲେ, ତାଙ୍କ ପୁଅ ବାହାର ରାଜ୍ୟରେ ରହି କାମ ଧନ୍ଦା କରନ୍ତି ଏଣୁ ପୁତ୍ରବଧୂ ଢେଂକିକୋଟ ଫାଣ୍ଡି ରେ ଆସି ଲିଖିତ ଭାବେ ଜଣାଇ ବାପରେ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ, ଘଟଣା ସ୍ଥଳରେ ତଦନ୍ତ କରି ଏକ ମାମଲା ୬୧/୨୫ମୂଳେ କେନ୍ଦୁଝର ଚିକିତ୍ସାଳୟ ପହଂଚି ମୃତ ଦେହ କୁ ବ୍ୟବଛେଦ କରେଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି, ଆମ୍ବଆପଡା ଗ୍ରାମରେ ଶୋକ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande