ରାଜଶ୍ରୀ ଧର୍ମଶାଳାକୁ ଐତିହ୍ୟ ଗୃହ ଭାବରେ ଘୋଷଣା କରାଯାଉ
ବଲାଙ୍ଗିର, ୧୫ ଡିସେମ୍ବର (ହି.ସ.)- ସ୍ଥାନୀୟ ଐତିହାସିକ ପୁର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଅଭିଭାବକ ମଂଚ ଏବଂ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନର ମିଳିତ ଉଦ୍ୟମରେ ‘ରାଜଶ୍ରୀ ମହୋତ୍ସବ ୨୦୨୫’ ପାଳନ କରାଯାଇଥିଲା । ପ୍ରବୁଦ୍ଧ ପାଠକ ସଂସଦ ସଭାପତି ଗିରିଜା ଶଙ୍କର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏ
ରାଜଶ୍ରୀ ଧର୍ମଶାଳାକୁ ଐତିହ୍ୟ ଗୃହ ଭାବରେ ଘୋଷଣା କରାଯାଉ


ରାଜଶ୍ରୀ ଧର୍ମଶାଳାକୁ ଐତିହ୍ୟ ଗୃହ ଭାବରେ ଘୋଷଣା କରାଯାଉ


ବଲାଙ୍ଗିର, ୧୫ ଡିସେମ୍ବର (ହି.ସ.)-

ସ୍ଥାନୀୟ ଐତିହାସିକ ପୁର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଅଭିଭାବକ ମଂଚ ଏବଂ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନର ମିଳିତ ଉଦ୍ୟମରେ ‘ରାଜଶ୍ରୀ ମହୋତ୍ସବ ୨୦୨୫’ ପାଳନ କରାଯାଇଥିଲା । ପ୍ରବୁଦ୍ଧ ପାଠକ ସଂସଦ ସଭାପତି ଗିରିଜା ଶଙ୍କର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ମଧୁସୁଦନ ନାୟକ ଏବଂ ମୁଖ୍ୟବକ୍ତା ଜୟ କୁମାର ଆଚାର୍ଯ୍ୟ ମଂଚାସିନ ଥିଲେ । କବିତା ମିଶ୍ର ମଂଚ ପରିଚାଳନା କରିଥିଲେ । ଅଭିଭାବକ ମଂଚ ସଭାପତି ଧର୍ମବ୍ରତ ରଥ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମଂଚାସିନ ଅତିଥି ବୃନ୍ଦ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜିଲ୍ଲା ସଭାପତି ଭବାନି ଶଙ୍କର ପଟେଲ ୧୯୪୮ ରେ ସ୍ଥାପିତ ରାଜଶ୍ରୀ ଧର୍ମଶାଳାରେ ଅତିତରେ ଅନେକ ବିଶିଷ୍ଟ ଅତିଥି ଅବସ୍ଥାନ କରିଥିବା ବେଳେ ଏଠାରେ ଅନେକ ସରକାରୀ, ବେସରକାରୀ ଅନୁଷ୍ଠାନ ଅସ୍ଥାୟୀ ଭାବରେ କାର୍ଯ୍ୟ କରିଥିବା ସମ୍ବନ୍ଧରେ ମତ ରଖିଥିଲେ ଏବଂ ଏହି ଦୃଷ୍ଟିରୁ ରାଜଶ୍ରୀ ଧର୍ମଶାଳାକୁ ଏକ ଐତିହ୍ୟ ଗୃହ ଭାବରେ ରାଜ୍ୟ ସରକାର ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ ।

ଏହି ଅବସରରେ ଐତିହ୍ୟ ସୁରକ୍ଷା କମିଟିର ଆବାହକ ପ୍ରଶାନ୍ତ କୁମାର ମହାକୁର, ଟିକ୍ରାପଡା ୟୁପି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ତ୍ରିପାଠି, ମାଲଗୋଦାମ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୁସୟା ଖୁଆସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗୀତ, ବକ୍ତୃତା ପ୍ରତିଯୋଗିତା ତଥା ଚିତ୍ରାଙ୍କନରେ ଶ୍ରେଷ୍ଠ ତିନି ଜଣ ଲେଖାଏଁ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।

ସଭାରେ ତରୁଣ କୁମାର ମିଶ୍ର, କପିଳ ପତି, ମଦନ ମୋହନ ରଥ, ମାଳତି ଉଦ୍‌ଗାତା, ରାଜଶ୍ରୀ ତ୍ରିପାଠି, ରତ୍ନମୟ ତ୍ରିପାଠି, ସତ୍ୟବ୍ରତ ବେହେରା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠି, କୃଷ୍ଣଚନ୍ଦ୍ର ମହାକୁର, ଛବିଲାଲ ବେହେରା, ଅରୁଣ କୁମାର ଖୁଆସ ପ୍ରମୁଖ ଉପସ୍ଥିତ ଥିଲେ । ମଂଚ ଉପସଭାପତି ପ୍ରଶନ୍ତ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande