କମଣ୍ଡ ଗ୍ରାମରେ ଅନ୍ୟତ୍ର ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ : ତଦନ୍ତ ଦାବୀ
ଚମ୍ପୁଆ, ୧୫ ଡିସେମ୍ବର (ହି.ସ.) - ସରକାର ଆଦିବାସୀଙ୍କ ଉନ୍ନୟନ କଥା କହୁଥିବା ବେଳେ ଆଦିବାସୀଙ୍କ ସାହି କୁ ଆସିଥିବା କଂକ୍ରିଟ ରାସ୍ତାକୁ ଅନ୍ୟ ସ୍ଥାନରେ ନିର୍ମାଣ କରିଥିବାରୁ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଚମ୍ପୁଆ ବ୍ଲକ ଭୂଇଁପୁର ପଂଚାୟତ ଅନ୍ତର୍ଗତ କମଣ
କମଣ୍ଡ ଗ୍ରାମରେ ଅନ୍ୟତ୍ର ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ : ତଦନ୍ତ ଦାବୀ


ଚମ୍ପୁଆ, ୧୫ ଡିସେମ୍ବର (ହି.ସ.) - ସରକାର ଆଦିବାସୀଙ୍କ ଉନ୍ନୟନ କଥା କହୁଥିବା ବେଳେ ଆଦିବାସୀଙ୍କ ସାହି କୁ ଆସିଥିବା କଂକ୍ରିଟ ରାସ୍ତାକୁ ଅନ୍ୟ ସ୍ଥାନରେ ନିର୍ମାଣ କରିଥିବାରୁ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଚମ୍ପୁଆ ବ୍ଲକ ଭୂଇଁପୁର ପଂଚାୟତ ଅନ୍ତର୍ଗତ କମଣ୍ଡ ଗ୍ରାମରେ ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠି ଯୋଜନାରେ କାରୁଆ ଘରଠାରୁ କମଣ୍ଡ ଚତୁରୀସାହି ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ଅଟକଳ ଦୁଇ ଲକ୍ଷ ଟଙ୍କା ଅନୁଦାନ ଦିଆ ଯାଇଥିବା ସୂଚନା ଫଳକ ଲାଗିଛି। କିନ୍ତୁ ଉକ୍ତ ରାସ୍ତା କାମଟି ଖୋଦ ଚମ୍ପୁଆ ପଂଚାୟତ ସମିତି କାର୍ଯ୍ୟ ନିର୍ବାହୀ ସଂସ୍ଥା ପକ୍ଷରୁ କରାଯାଇଥିଲେ ମଧ୍ୟ ରାସ୍ତା ଟି ଅନ୍ୟସ୍ଥାନରେ କମଣ୍ଡ (କ) ତଳସାହି ରେ ନିର୍ମାଣ ହୋଇ ଥିବାରୁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାହି ବାସିନ୍ଦା କହିବା ଅନୁସାରେ କାରୁଆ ଘର ଠାରୁ ଚତୁରୀ ସାହି ରାସ୍ତା ଖରାପ ଥିବାରୁ ଲୋକେ ଯିବା ଆସିବା କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ଦାବୀ ହୋଇ ଥିଲା। ଫଳରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ଅନୁଦାନ ପ୍ରଦାନ କରାଯାଇଛି। କାମଟି ବିଭାଗ ପକ୍ଷରୁ କରିବାକୁ କାର୍ଯ୍ୟାଦେଶ ଦିଆ ଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଓ ବିଜେପି କାର୍ଯ୍ୟକର୍ତା ସଲାସୁତରା ହୋଇ ରାସ୍ତା ଟି ନିର୍ଦ୍ଧାରିତ ସ୍ଥାନରେ ନ ହୋଇ ଅନ୍ୟତ୍ର ବିଜେପି କାର୍ଯ୍ୟକର୍ତାଙ୍କ ଘର ସମ୍ମୁଖରେ ନିର୍ମାଣ କରାଯାଇଛି। ଯାହାକୁ ନେଇ ସାହିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ଏହା ଉପରେ ଜିଲ୍ଲା ପ୍ରଶାସନ ଏବଂ ବିଧାୟକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତଦନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହିତ ନିର୍ଦ୍ଧାରିତ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande