ସେଂଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ଉତ୍ସବ, ଆତ୍ମବିଶ୍ୱାସ ସଫଳତାର ଚାବିକାଠି - ଜିଲ୍ଲାପାଳ
ଭଦ୍ରକ, ୧୫ ଡିସେମ୍ବର (ହି.ସ.) - ଭଦ୍ରକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଂଟ ଜାଭିୟର୍ସ ହାଇସ୍କୁଲ, ସରଗଡିଆ, ଚରମ୍ପାର ୩୦ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗ ଦେଇ ଆତ୍ମବିଶ୍ୱାସ ସଫଳତା ର ଚାବିକାଠି ବୋଲି ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଗତ ୩୦
ST. XAVIER HIGH SCHOOL ANNUAL FUNCTION


ଭଦ୍ରକ, ୧୫ ଡିସେମ୍ବର (ହି.ସ.) - ଭଦ୍ରକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଂଟ ଜାଭିୟର୍ସ ହାଇସ୍କୁଲ, ସରଗଡିଆ, ଚରମ୍ପାର ୩୦ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗ ଦେଇ ଆତ୍ମବିଶ୍ୱାସ ସଫଳତା ର ଚାବିକାଠି ବୋଲି ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଗତ ୩୦ ବର୍ଷର ଯାତ୍ରା ପରେ ଏହି ବିଦ୍ୟାଳୟ ନିଜସ୍ୱ ଜାଗା ରେ ବିଦ୍ୟାଳୟ ପ୍ରତିଷ୍ଠା କରି ଏକ ନୂତନ ପରିଚୟ ସୃଷ୍ଟି କରି ପାରିଛି। ଏ ଅଂଚଳ ଖୁବ ଶୀଘ୍ର ଭଦ୍ରକ ମୁନିସିପାଲ କର୍ପୋରେସନ ଅଧିନକୁ ଆସୁଥିବା ରୁ ଏହି ବିଦ୍ୟାଳୟ ଅବସ୍ଥାପିତ ସ୍ଥାନ ଆଉ ଦୂର ନୁହଁ ବୋଲି ପ୍ରକାଶ କରିଥିଲେ। ବିଦ୍ୟାଳୟର ଅଧକ୍ଷ୍ୟା ତନୁଶ୍ରୀ ଦତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ମହାବିଦ୍ୟାଳୟର ଅଧକ୍ଷ ଦୁର୍ଗା ଶଙ୍କର ଦାସ ଯୋଗ ଦେଇ ପିଲାମାନଙ୍କର ଶୃଙ୍ଖଳତା କୁ ପ୍ରାଥମିକତା ଦେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ରାଜକମଲ ପି ଚୌହାନ, ପରିଚାଳକ ବିବେକ ଡି ଭୂୟାଁର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ଅନୁରାଧା ଭୂୟାଁର ଯୋଗ ଦେଇଥିଲେ। ଏହି ଅବସରରେ ଗତ ଶିକ୍ଷା ବର୍ଷ ରେ ଦଶମ ଶ୍ରେଣୀ ସିବିଏସ ଇ ପରୀକ୍ଷା ରେ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇ ଥିଲା। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଋତୁପର୍ଣ୍ଣା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରକାଶ କୁମାର ରାୟ, ଅନିତା ମହାନ୍ତି, ସୁକାନ୍ତି ଗୋସ୍ୱାମୀ,ସୁନୀଲ ନାୟକ, କ୍ଷେତ୍ରମୋହନ ନାୟକ, ସୁଶାନ୍ତ ରାଉତ ,ପ୍ରୀତଲତା ରାୟ,ପଦ୍ମାଳୟା ରାୟ, କଳ୍ପିତା ପାଣିଗ୍ରାହୀ,ସୁବ୍ରତ ସିଂହା, ମହେଶ୍ୱର ନାୟକ, କବିତା ନାୟକ, ସସ୍ମିତା ମହାପାତ୍ର, ରାସେଶ୍ୱରୀ ନାୟକ,ତେଜସ୍ୱନି ପଲାଇ, ପାୟଲ ରାୟ, ସାୟନି ବେରା, ଉନ୍ନତି ଅଗ୍ରୱାଲ, କ୍ରିପା ସେଠ, ଖୁସି ଅଗ୍ରୱାଲ,ଦେବାଶିଷ ବେହେରା, ଲକ୍ଷ୍ମୀ ତାରାସିଆ, ସ୍ମିତା ରାୟ, ନୀଳିମା ମୟୀ ମହାନ୍ତି କାର୍ଯ୍ୟକ୍ରମ ସଂଚାଳନାରେ ସହଯୋଗ କରିଥିବା ବେଳେ ମହେନ୍ଦର୍ଜିତ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ!ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande