୫ ମଦ୍ୟପ ଗାଡି ଚାଳକଙ୍କୁ ଗିରଫ କଲା ପୋଲିସ
ଜୟପୁର, ୧୫ ଡିସେମ୍ବର (ହି.ସ.) - ଜୟପୁର ସଦର ପୋଲିସ ପକ୍ଷରୁ ବ୍ରାହ୍ମଣି ଗାଁ, ଜୟନଗର, ଉମୁରି, ରେଲୱେ ଷ୍ଟେସନ ଛକ, ଗାଗନାପୁର, ଗ୍ଲୋକାଲ ହସପିଟାଲ ନିକଟରେ ପେଟ୍ରୋଲିପ୍ସ କରୁଥିବା ସମୟରେ ୫ଜଣ ମଦ୍ୟପଙ୍କୁ ଗିରଫ କରିଥିବା ନେଇ ମାମଲା ରୁଜୁ ହୋଇଛି। ଅଟକ ରଖିଥିବା ସମସ୍ତଙ୍କୁ ଅତ୍ୟଧିକ ମଦ୍ୟପାନ କରି
୫ ମଦ୍ୟପ ଗାଡି ଚାଳକଙ୍କୁ ଗିରଫ କଲା ପୋଲିସ


ଜୟପୁର, ୧୫ ଡିସେମ୍ବର (ହି.ସ.) - ଜୟପୁର ସଦର ପୋଲିସ ପକ୍ଷରୁ ବ୍ରାହ୍ମଣି ଗାଁ, ଜୟନଗର, ଉମୁରି, ରେଲୱେ ଷ୍ଟେସନ ଛକ, ଗାଗନାପୁର, ଗ୍ଲୋକାଲ ହସପିଟାଲ ନିକଟରେ ପେଟ୍ରୋଲିପ୍ସ କରୁଥିବା ସମୟରେ ୫ଜଣ ମଦ୍ୟପଙ୍କୁ ଗିରଫ କରିଥିବା ନେଇ ମାମଲା ରୁଜୁ ହୋଇଛି। ଅଟକ ରଖିଥିବା ସମସ୍ତଙ୍କୁ ଅତ୍ୟଧିକ ମଦ୍ୟପାନ କରି ଗାଡି ଚଲାଉଥିବା ଯୋଗୁଁ ୫ ଜଣକୁ ଗିରଫ କରିଥିବା ସଦରଥାନା ଅଧିକାରି ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande