
କେନ୍ଦୁଝର, ୧୫ ଡିସେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା ସତ୍ୟନାରାୟଣ ବିଦ୍ୟାପିଠର ଖେଳପଡିଆରେ ସାଂସଦ ଖେଳ ମହୋତ୍ସବ ୨୦୨୫ ମସିହାର ଆଜି ଶୁଭ ଉଦଘାଟନୀ ହୋଇଯାଇଛି। ଦୁଇଦିନ ଧରି ଏ ମହୋତ୍ସବ ଅନୁଷ୍ଠିତ ହେବ କ୍ଷ ଆଜିର ଶୁଭ ଉଦଘାଟନୀ ଉତ୍ସବରେ ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ଘଟଗାଁ ବିଡିଓ ଖଗେଶ୍ୱର ବରାଳ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ତଥା କରଞ୍ଜିଆ ଅଟୋନୋମସ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଭାଗୀରଥୀ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଂସଦ ଖେଳ ମହୋତ୍ସବ ର ସଂଯୋଜକ ଦିଲ୍ଲୀପ କୁମାର ପଣ୍ଡା, ସାଂସଦଙ୍କ କେନ୍ଦୁଝର ପ୍ରତିନିଧି ହରିହର ମହାନ୍ତ, ଢେଙ୍କିକୋଟ ମଣ୍ଡଳ ସଭାପତି ରଞ୍ଜିତ ନାଏକ, ସାଂସଦ ଙ୍କ ଆର.ଡବ୍ଲ୍ୟୁ.ଏସ.ଏସ ପ୍ରତିନିଧି ରାମଚନ୍ଦ୍ର ସାହୁ, ଘଟଗାଁ ମଣ୍ଡଳ ସଭାପତି ରବିନାରାୟଣ ଦେହୁରୀ, ପଣ୍ଡାପଡ଼ା ମଣ୍ଡଳ ସଭାପତି ଶାନ୍ତନୁ ଖିଲାର, ସାଂସଦଙ୍କ କୃଷକ ପ୍ରତିନିଧି ଇନ୍ଦ୍ରମଣି ମହାନ୍ତ, ପଣ୍ଡାପଡ଼ା ମଣ୍ଡଳ ପ୍ରତିନିଧି ସଞ୍ଜୟ କୁମାର ସାହୁ, ପଇଦାପାଟଣା ପଂଚାୟତ ସରପଂଚ ମୁକୁନ୍ଦ ମୁଣ୍ଡା, ବରିଷ୍ଠ ରାଜନେତା ଓ ସମାଜସେବୀ ସଞ୍ଜୟ କୁମାର ମିଶ୍ର, ପ୍ରମୂଖ ମଂଚାସୀନ ହୋଇଥିଲେ କ୍ଷ କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର। କାର୍ଯ୍ୟକ୍ରମ ରେ ମଂଚ ପରିଚାଳନା କରିଥିଲେ ଉଦଘୋଷକ ସଞ୍ଜୟ କୁମାର ସାହୁ। ପ୍ରଥମେ ମା ତାରିଣୀଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ୱଳନ କରାଯାଇ ପରେ ପରେ ଅତିଥିମାନଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ ସାଂସଦ ପ୍ରତିନିଧି ଶ୍ରୀ ପାତ୍ର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ କ୍ଷ ନିମନ୍ତ୍ରିତ ଅତିଥିମାନେ ସାଂସଦ ଖେଳକୁଦ ର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ କ୍ଷ ତତ୍ ସହିତ ବିକଶିତ ଭାରତ ପାଇଁ ସୁନ୍ଦର ଯୁବକର ଆବଶ୍ୟକତା ଉପରେ କହିଥିଲେ। ଘଟଗାଁ ବ୍ଲକ ଅନ୍ତର୍ଗତ ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିନରେ ଫୁଟବଲ, କବାଡ଼ି, ଦୌଡ଼ ଆଦି ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଅବଶିଷ୍ଟ ଖେଳ ଆସନ୍ତାକାଲି ହେବ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA