
କୋରେଇ, ୧୬ ଡିସେମ୍ବର (ହି.ସ.) - କୋରେଇ ଥାନା ଅନ୍ତର୍ଗତ ବୈିରଣୀ ନଦୀରୁ ବେଆଇନ ଓ ବେଧକଡ ଭାବେ ବାଲି ଚୋରା ଚାଲାଣ ହେଉଛି । ଜିଲ୍ଲାପାଳଙ୍କ ତଦାରଖ ପରେ ପୁଲିସର ନିଦ ଭାଂଗିଛି । ବୈତରଣୀ ବାଲିକା ଉଚ୍ଚ ବିଦ୍ୟାଳୟ ନିକଟରେ କୋରେଇ ପୁଳିସ ୫ଟି ବାଲି ହାଇୱାକୁ ଅଟକାଇ ଯାଂଚ କରିଥିଲା । ଯାଂଚ ସମୟରେ ସେମାନେ ବାଲିର କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଗାଡିକୁ ଅଟକାଇ ରଖିଥିଲା । ଉକ୍ତ ଗାଡି ଗୁଡିକ ହେଲା ଓଡି୦୧ଏଏ ୩୨୯୯, ଓଡି ୨୨ଏଡି ୨୧୩୫, ଓଡି୩୪ୱାଇ ୨୧୩୫, ଓଡି ୨୨ଏସି ୧୭୪୭, ଓଡି୨୨ ୟୁ ୭୧୧୪) । ବେଆଇନ ଭାବେ ମଥୁରାପୁର ବ୍ରିଜ କଡରୁ ଏହି ବାଲି ଉଠୁଥିଲା । ଯାହା ଫଳରେ ମଥୁରାପୁର ବ୍ରିଜ ପ୍ରତି ବିପଦ ରହିଛି । ରାତିରେ ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ଦିନରେ ମେସିନ ଉଠେଇ ନେଇ ପଳାଉଛନ୍ତି ମାଫିଆ । ଗଡି ଗୁଡକୁ ଗତ ରାତ୍ରୀରୁ ଅଟକାଇ ପୁଲିସ ଜଗି ରହିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ