ଆଖଣ୍ଡଳମଣି ପୀଠର ପରିକ୍ରମାମାର୍ଗ ପାଇଁ ବିସ୍ଥାପିତଙ୍କୁ ନଟକା ଜାରି, ୭ ଦିନ ମଧ୍ୟରେ ଜାଗା ଓ ଘର ଛାଡ଼ିବାକୁ କଡା ନିର୍ଦ୍ଦେଶ
ଭଦ୍ରକ, ୧୬ ଡିସେମ୍ବର (ହି.ସ.) - ରାଜ୍ୟର ସର୍ବପୁରାତନ ଶୈ୍ୱକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ୱରେ ପରିକ୍ରମାମାର୍ଗ ଓ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ବିସ୍ଥାପିତ ପରିବାରଙ୍କୁ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ନଟକା ଜାରି କରାଯାଇଛି। ଏଥିରେ ଉ
AKHANDALAMANI PITHA PARIKRAMA MARGHA NATKA JARI


ଭଦ୍ରକ, ୧୬ ଡିସେମ୍ବର (ହି.ସ.) - ରାଜ୍ୟର ସର୍ବପୁରାତନ ଶୈ୍ୱକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ୱରେ ପରିକ୍ରମାମାର୍ଗ ଓ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ବିସ୍ଥାପିତ ପରିବାରଙ୍କୁ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ନଟକା ଜାରି କରାଯାଇଛି। ଏଥିରେ ଉଲ୍ଲେଖ ଅଛିକି, ବାବା ଆଖଣ୍ଡଳମଣିଙ୍କ ପୀଠର ପରିକ୍ରମା ମାର୍ଗ କାର୍ଯ୍ୟକାରୀ ପାଇଁ ୭ଦିନ ମଧ୍ୟରେ ଜାଗା ଓ ଘର ଖାଲି କରିବା ପାଇଁ। ସୂଚନା ଅନୁଯାୟୀ ୨୦୨୩/୨୪ରେ ପୂର୍ବ ସରକାର ୨ପର୍ଯ୍ୟାୟରେ ଯୋଗାଇ ଦେଇଥିଲେ ୪୮କୋଟିରୁ ଉର୍ଦ୍ଧ ଟଙ୍କା। ଉକ୍ତ ଟଙ୍କାରେ ଉନ୍ନୟନମୂଳକ କାର୍ଯ୍ୟ କିଛି ପୂର୍ଣ୍ଣାଙ୍ଗ ହୋଇଥିବା ବେଳେ ଆଉକିଛି କାର୍ଯ୍ୟ ଅସମ୍ପୂର୍ଣ୍ଣ ଭାବେ ପଡ଼ିରହିଛି। ସେହିପରି ପରିକ୍ରମା ମାର୍ଗ ପାଇଁ ୯୮ପରିବାରଙ୍କର ୧୦୭ଟି ପ୍ଲଟ ବିସ୍ଥାପିତ ହେବ। ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବିସ୍ଥାପିତଙ୍କ ସହ ଆଲୋଚନା କରାଯିବା ସହିତ ବିସ୍ଥାପିତଙ୍କ ଦାବି ଅନୁଯାୟୀ ପ୍ରତ୍ୟକ ବିସ୍ଥାପିତଙ୍କୁ ଜମି ଯୋଗାଇ ଦିଆଯିବା ସହ ବାବା ସେବାପୂଜା ନିମନ୍ତେ ବ୍ୟବହୃତ ବାସନ, ବଡ଼ବଡ଼ ପିତଳ ହଣ୍ଡା ଓ ବାଲିତି ରଖିବା ପାଇଁ ୧୦/୧୦ଘର ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଥିଲା। ତାହାସହ ବିସ୍ଥାପିତ ହେଉଥିବା ସମସ୍ତ ଘର ବାବଦକୁ ୨ଗୁଣରୁ ଅଧିକ ଆର୍ôଥକ ସହାୟତା ଯୋଗାଇଦେବାକୁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ଏଥିସହ ବିସ୍ଥାପିତଙ୍କୁ ଥଇଥାନ ପାଇଁ ଜାଗା ଚିହ୍ନଟ କରାଯାଇ ଏକ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯାଇ ରାଜ୍ୟସରକାର ଓ ଦେବୋତର କମିଶନରଙ୍କ ଅନୁମୋଦନ ପାଇଁ ଚିଠି ପ୍ରେରଣ କରାଯାଇଥିଲା। ହେଲେ ୨୦୨୪ରେ ରାଜ୍ୟର ସରକାର ବଦଳିବା ପରେ ଆଖଣ୍ଡଳମଣି ପୀଠର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ ଭାବେ ଆଗେଇ ନେବା ପାଇଁ ବିସ୍ଥାପିତଙ୍କୁ କିପରି ଭାବେ ଆର୍ôଥକ ସହାୟତା ରାଶି ଯୋଗାଇ ଦିଆଯିବ, ସେଥିପାଇଁ ଜିଲା ଭୂର୍ଜନ ଅଧିକାରୀ ଓ ରାସ୍ତା ଗୃହ ନିର୍ମାଣ ବିଭାଗର ଅଧିକାରୀଙ୍କୁ ଦାୟୀତ୍ୱ ଦିଆଯାଇଥିଲା। ବିସ୍ଥାପିତ ହେବାକୁ ଥିବା ରହିତ(ସ୍ଥିତିବାନ), ଦେବୋତର, ଓ ଟ୍ରଷ୍ଟ ଜମିର ଏଗ୍ରିମେଂଟ ପାଇଁ ପୁର୍ନବାର ନଟକା ଜାରି କରାଯିବା ସହ ବିସ୍ଥାପିତଙ୍କୁ ଅର୍ଥ ପ୍ରଦାନ କରାଯାଇଥିଲା। ଆଗକୁ ବାବାଙ୍କର ଜାଗରଯାତ୍ରା ଥିବାରୁ ପରିକ୍ରମା ମାର୍ଗ କାର୍ଯ୍ୟ ନିମନ୍ତେ ୭ଦିନ ମଧ୍ୟରେ ଜାଗା ଓ ଘର ଖାଲି କରିବାକୁ ମଙ୍ଗଳବାର ବିସ୍ଥାପିତମାନଙ୍କୁ ନଟକା ଜାରି କରାଯାଇଛି। ଏବେ ସୁଦ୍ଧା ୯୮ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ୪୨ପରିବାର ଆର୍ôଥକ ସହାୟତା ପାଇଛନ୍ତି। ଏପରିକି ସେମାନଙ୍କୁ ପୂର୍ବ ନିଷ୍ପତି ଅନୁଯାୟୀ ସେବାପୂଜା ନିମନ୍ତେ ବ୍ୟବହୃତ ସାମଗ୍ରୀ ରଖିବା ପାଇଁ ଘର ଓ ଜମି ମିଳିନଥିବାରୁ ଜାଗା ଓ ଘର ଛାଡ଼ିବେ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ଅନେକ ବିସ୍ଥାପିତ ପରିବାର ସହାୟତା ରାଶି ପାଇପାରି ନାହାନ୍ତି। ଯାହାକୁ ନେଇ ବିସ୍ଥାପିତମାନେ ଜିଲା ପ୍ରଶାସନକୁ ଭେଟିବେ ବୋଲି ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande