
ଭଦ୍ରକ, ୧୬ ଡିସେମ୍ବର (ହି.ସ.) - ଦୋସିଙ୍ଗା ଠାରେ ଥିବା ଅମରନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁରୁପଦ ମାଇତି ଏବଂ ପୂର୍ବତନ ସିଆରସିସି ଅଭିମନ୍ୟୁ ନାୟକଙ୍କ ଅଧ୍ୟକ୍ଷତାରେ ଦୋସିଙ୍ଗା ପଂଚାୟତର ସରପଂଚ ରାମକୃଷ୍ଣ ଜାନା ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାଲିଚର ମତ୍ସ୍ୟଜିବୀ ସଂଘର ଉପଦେଷ୍ଟା ଅଶୋକ କୁମାର ଗିରି , ରମାକାନ୍ତ ଭୂୟାଁ, ବିମାନ ଚନ୍ଦ୍ର ଗିରି, ସୁକୁମାର ଗିରି, ଦୁଲାଲ ସିଂ, ସୁଶାନ୍ତ ଗିରି,ରବିନ୍ଦ୍ର ବାରିକ, ଶଶାଙ୍କ ଦାସ, ଗୋପବନ୍ଧୁ ମାଝୀ ପ୍ରମୁଖ ଉପସ୍ଥିତ ରହିବା ସହ କ୍ରୀଡା ଉତ୍ସବର ତାତ୍ପର୍ଯ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ କ୍ରୀଡା ଉତ୍ସବକୁ ଶିକ୍ଷୟତ୍ରୀ ଝାନ୍ସୀରାଣୀ ମାଝୀ, ମମତା ବେରା ଏବଂ ଶିକ୍ଷକ ପୂର୍ଣଚନ୍ଦ୍ର ନାୟକ ପ୍ରମୁଖ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ