ବେଆଇନ ବାଲି ଚୋରି ବିରୋଧରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ
କେନ୍ଦ୍ରାପଡା, ୧୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ଅଧୀନ ତାଳଗାଁ ଗ୍ରାମ ନିକଟସ୍ଥ କାରଣ୍ଡିଆ ନଦୀରେ ଦୀର୍ଘ ଦିନ ଧରି ଚାଲିଥିବା ବେଆଇନ୍ ବାଲି ଚୋରିକୁ ରୋକିବାକୁ ଖଣି ଅଧିକାରୀ ଓ ତହସିଲଦାରଙ୍କ ନେତୃତ୍ୱରେ ପୋଲିସ ସହ ମିଶ୍ର ଦଳ କଡ଼ା ପଦକ୍ଷେପ ନେଇଛି। ସ୍ଥାନୀୟ ଗ୍ରା
ବେଆଇନ ବାଲି ଚୋରୀ ବିରୋଧରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ


କେନ୍ଦ୍ରାପଡା, ୧୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ଅଧୀନ ତାଳଗାଁ ଗ୍ରାମ ନିକଟସ୍ଥ କାରଣ୍ଡିଆ ନଦୀରେ ଦୀର୍ଘ ଦିନ ଧରି ଚାଲିଥିବା ବେଆଇନ୍ ବାଲି ଚୋରିକୁ ରୋକିବାକୁ ଖଣି ଅଧିକାରୀ ଓ ତହସିଲଦାରଙ୍କ ନେତୃତ୍ୱରେ ପୋଲିସ ସହ ମିଶ୍ର ଦଳ କଡ଼ା ପଦକ୍ଷେପ ନେଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ପରେ ପ୍ରଶାସନ ଜେସିବି ଲଗାଇ ବାଲିଘାଟକୁ ଯିବାର ରାସ୍ତା କାଟି ଦେଇଛନ୍ତି ଏବଂ ଗଚ୍ଛିତ ବାଲିରେ ନାଲି ପତାକା ଲଗାଇ ଅଞ୍ଚଳକୁ ନିୟନ୍ତ୍ରଣରେ ଆଣିଛନ୍ତି। ବାଲି ମାଫିଆମାନେ ରାତିରେ ନଦୀରୁ ବିପୁଳ ପରିମାଣର ବାଲି ଉଠାଇ ବାହାରେ ବିକ୍ରି କରୁଥିବାରୁ ନଦୀର ପରିବେଶ କ୍ଷତିଗ୍ରସ୍ତ ହେଉଥିଲା। ଏଥିସହ ସ୍ଥାନୀୟ ରାସ୍ତା ଓ ଜମି ନଷ୍ଟ ହେଉଥିଲା। ଏହା ଫଳରେ ତଳଗାଁରୁ ଡିହଳରାମପୁର ପୋଲ ପିଲର ନିକଟରେ ବିପଦ ସୃଷ୍ଟି ହେଉଥିଲା। ଆଜି ସନ୍ଧ୍ୟାରେ ବାଲି ଚାଲୁଥିବା ଖବର ପାଇ ପ୍ରଶାସନ ରାସ୍ତାରେ ହାଇଓ୍ଵା ଗାଡ଼ି ଜବତ କରିଛି।ଗ୍ରାମବାସୀମାନେ ଏହି କାର୍ଯ୍ୟ।ନୁଷ୍ଠାନକୁ ସ୍ଵାଗତ କରି ଖଣି ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ କହିଛନ୍ତି ଯେ, ଏବେ କୌଣସି ବାଲି ମାଫିଆଙ୍କୁ ନିସ୍ତାର ମିଳିବ ନାହିଁ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande