ଭକଣ୍ଡରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା
କୋରେଇ, ୧୬ ଡିସେମ୍ବର (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ କରଦା ପଂଚାୟତର ଭକଣ୍ଡରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିଦିବସୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଛି । ଏହି କ୍ରିଡାରେ ୯୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଦୁଇ ଶହ ଓ ଶହେ ମିଟର ଦୌଡ, ହାଇଜମ୍ପ, ଲଂଗ ଜମ୍ପ, ମ୍ରୁଜିକ ଚେୟାର ଇତ
ଭକଣ୍ଡରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା


କୋରେଇ, ୧୬ ଡିସେମ୍ବର (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ କରଦା ପଂଚାୟତର ଭକଣ୍ଡରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିଦିବସୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଛି । ଏହି କ୍ରିଡାରେ ୯୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଦୁଇ ଶହ ଓ ଶହେ ମିଟର ଦୌଡ, ହାଇଜମ୍ପ, ଲଂଗ ଜମ୍ପ, ମ୍ରୁଜିକ ଚେୟାର ଇତ୍ୟାଦି ଖେଳ କରାଯାଇଥିଲା ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗୁଣନିଧି ସାହୁ ଏହି କ୍ରୀଡାକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ହିରାମଣି ବେହେରା ଏହାକୁ ଉଦ୍‌ଯାପନ କରିବା ସହିତ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜ୍ଜନ କରିଥିାବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ, ବିଜୟ କୁମାର ମହାପାତ୍ର ସରୋଜ କୁମାର ସାହୁ, ଶୁଭମୟ ବେହେରା, ବିଖ୍ୟାତ ବିହାରୀ ମିଶ୍ର ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande