

ବଲାଙ୍ଗିର, ୧୬ ଡିସେମ୍ବର (ହି.ସ.)- ଆଜି ବିଜୁ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଗାନ୍ଧୀ ପଡିଆ ଠାରେ ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ l ଜିତ ହାର ପ୍ରତି ଗୁରୁତ୍ଵ ନ ଦେଇ ଖେଳୁଆଡ ମନୋଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ l ଆଜିର ଖେଳ ପ୍ରତିଯୋଗିତାରେ ପାଞ୍ଚ ଗୋଟି ଇଭେଣ୍ଟରେ ମ୍ୟୁଜିକ ଚେୟାର, ସ୍କିପିଂ, ରିଲେ ରେସ, ଟଗ ଅଫ ୱାର, ବିଶେଷ ଆକର୍ଷଣ କୱାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ଦୁଇ ଦିନିଆ କ୍ରିଡ଼ା ପ୍ରତିଯୋଗିତାରେ ଚାରି ଗୋଟି ଇଭେଣ୍ଟରେ ଭାଗ ନେଇ ଦୁଇଟିରେ ପ୍ରଥମ ଓ ଦୁଇଟିରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପ୍ରଥମ ବର୍ଷର କଳା ଛାତ୍ରୀ କୌଶଲ୍ୟା ବଘାର ଚମ୍ପିୟାନ ହୋଇ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି l
ସେହିପରି ଗତକାଲି ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ମୟୀ ମିଶ୍ର ଉଦ୍ଘାଟନ କରିଥିଲେ l ଶିକ୍ଷା ସହିତ କ୍ରୀଡ଼ା ଜରୁରୀ ଅଟେ ବୋଲି କହିଥିଲେ l କାରଣ କ୍ରୀଡ଼ା ଦ୍ବାରା ହିଁ ଶରୀର ସୁସ୍ଥ ରହେ ଓ ମନ ପ୍ରଫୁଲ୍ଲ ରହେ ବୋଲି କହିଥିଲେ l ଗତକାଲି ୯ ଗୋଟି ଇଭେଣ୍ଟରେ ଖେଳ ପ୍ରତିଯୋଗିତା ପରିଚାଳନା କରାଯାଇଥିବା ବେଳେ ଖେଳ ଶିକ୍ଷକ ବିଜୟ କୁମାର ଦାଶଙ୍କ ତତ୍ଵାବଧାନରେ ସମସ୍ତ ଖେଳ ଅନୁଷ୍ଠିତ ହୋଇଥିଲା l ଉଦଯାପନୀ ଉତ୍ସବରେ ଇଂରାଜୀ ଅଧ୍ୟାପକ ମଧୁ ସୁଦନ ପୁଝାରୀ ସଭା ପରିଚାଳନା କରିଥିଲେ l ଏବଂ ସମସ୍ତ କାର୍ଯ୍ଯକ୍ରମରେ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ସହଯୋଗ ଓ ଇନ୍ଫିନିଟି ଏକାଡେମୀର କର୍ମକର୍ତ୍ତା ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ