
କୋରେଇ, ୧୬ ଡିସେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କାଜିପାଟଣା ଗ୍ରାମ ନିକଟରେ ବାଇକ ପଛରୁ ବାଇକ ଧକ୍କା ଦେବାରୁ ୨ ମହିଳାଙ୍କ ସତେ ୩ଜଣ ଆହତ ହୋଇଛନ୍ତି । ପ୍ରକାଶଯେ ପାଣିକୋଇଲି ଛକରୁ ଏକ ବାଇକ ଯୋଗେ ଯାଜପୁରରୋଡରୁ ୩ ଣ ବିରଜା ଦର୍ଶନ କରିବାକୁ ଯାଉଥିଲେ । କାଜିପାଟଣା ଗ୍ରାମ ନିକଟରେ ପଛରୁ ଏକ ୟାମା ପ୍ରିମୟର ବାଇକରେ ଏକ ଯୁବକ ଆସି ଧକ୍କା ଦେଇଥିଲା । ଫଳରେ ଉଭୟ ବାଇକ ତଳେ ଛିଟିକି ପଡିଥିଲେ । ପରେ ୟାମା ଆରୋହୀ ଉଠି ଗାଡି ନେଇ ପଳାଇଯାଇଥିଲା । ଘଟଣାସ୍ଥଳେ ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ କୁମାର ବଳ ପହଂଚି ଅହତ ପ୍ରୀୟଦର୍ଶନ ନାୟକଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଇଥିଲେ । ବାଇକରେ ଥିବା ସୁଭଦ୍ରା ନାୟକ ଓ ଅର୍ଜ୍ଜୁନ ନାୟକ ଆହତ ହୋଇଥିଲା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ