୯ମ ସର୍ବୋତ୍କୃଷ୍ଟ ପୁରୁଷ ଓ ମହିଳା ରାଜ୍ୟ ମୁଷ୍ଟି ଯୋଦ୍ଧା ଚୟନ ପ୍ରତିଯୋଗିତାରେ କୋରାପୁଟରୁ ଦୁଇ ପ୍ରତିଯୋଗୀ
ଜୟପୁର, ୧୬ ଡିସେମ୍ବର (ହି.ସ.)- ଆଗାମୀ ତା - ୧୮ ଏବଂ ୧୯ / ୧୨ / ୨୦୨୫ ରିଖରେ ରାଉରକେଲା, ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ନବମ ସର୍ବୋତ୍କୃଷ୍ଟ ପୁରୁଷ ଓ ମହିଳା ରାଜ୍ୟ ମୁଷ୍ଟି ଯୋଦ୍ଧା ଚୟନ ପ୍ରତିଯୋଗିତାରେ କୋରାପୁଟ, ଜୟପୁରର
୯ମ ସର୍ବୋତ୍କୃଷ୍ଟ ପୁରୁଷ ଓ ମହିଳା ରାଜ୍ୟ ମୁଷ୍ଟି ଯୋଦ୍ଧା ଚୟନ ପ୍ରତିଯୋଗିତାରେ କୋରାପୁଟରୁ ଦୁଇ ପ୍ରତିଯୋଗୀ ।


୯ମ ସର୍ବୋତ୍କୃଷ୍ଟ ପୁରୁଷ ଓ ମହିଳା ରାଜ୍ୟ ମୁଷ୍ଟି ଯୋଦ୍ଧା ଚୟନ ପ୍ରତିଯୋଗିତାରେ କୋରାପୁଟରୁ ଦୁଇ ପ୍ରତିଯୋଗୀ ।


ଜୟପୁର, ୧୬ ଡିସେମ୍ବର (ହି.ସ.)- ଆଗାମୀ ତା - ୧୮ ଏବଂ ୧୯ / ୧୨ / ୨୦୨୫ ରିଖରେ ରାଉରକେଲା, ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ନବମ ସର୍ବୋତ୍କୃଷ୍ଟ ପୁରୁଷ ଓ ମହିଳା ରାଜ୍ୟ ମୁଷ୍ଟି ଯୋଦ୍ଧା ଚୟନ ପ୍ରତିଯୋଗିତାରେ କୋରାପୁଟ, ଜୟପୁରରୁ ଦୁଇ ଜଣ ପ୍ରତିଯୋଗୀ ବିକାଶ ସାହୁ ୬୦ - ୬୫ କି ଗ୍ରା ବର୍ଗରେ ଏବଂ ଅରିଜିତ ମହାପାତ୍ର + ୯୦ କି ଗ୍ରା ବର୍ଗରେ ଅଂଶଗ୍ରହଣ କରୁଛନ୍ତି । କୋରାପୁଟ ଜିଲ୍ଲାରେ ମୁଷ୍ଟିଯୁଦ୍ଧ କ୍ରୀଡା ପ୍ରତି ଅନେକଙ୍କ ଉତ୍ସାହ ଓ ଆକର୍ଷଣ ଥିବା ସତ୍ତ୍ବେ ଏଠାରେ ସେଥିପାଇଁ କୌଣସି ଆବଶ୍ୟକୀୟ ଭିତ୍ତିଭୂମି ନ ଥିବା କହିଛନ୍ତି ଜିଲ୍ଲା କ୍ରୀଡ଼ା ସମ୍ପାଦକ ରବି ନାୟକ । ସେ କହିଛନ୍ତି, ଅନେକ ଅନ୍ତରାୟ ସତ୍ତ୍ବେ ମୁଷ୍ଟି ଯୁଦ୍ଧ ପ୍ରଶିକ୍ଷଣ ନେଉଥିବା ଯୁବକଙ୍କୁ ଚୟନ କରି କୋରାପୁଟ ଜିଲ୍ଲା ତରଫରୁ ଖେଳିବା ସକାଶେ ପଠା ଯାଉଛି । ସମ୍ପାଦକ ଶ୍ରୀ ନାୟକ ଆଶା ବ୍ୟକ୍ତ କରିଛନ୍ତି ଯେ, ପ୍ରତିଯୋଗୀ ଅରିଜିତ ମହାପାତ୍ର ଏବଂ ବିକାଶ ସାହୁ ନିଶ୍ଚିତ ବିଜୟଲାଭ କରି, ମୁଷ୍ଟି ଯୁଦ୍ଧ ପ୍ରତିଯୋଗିତା କ୍ଷେତ୍ରରେ କୋରାପୁଟ ଜିଲ୍ଲାର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande