
କେନ୍ଦ୍ରାପଡା, ୧୬ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲପାଳ ରଘୁରାମ ଆର ଆୟାର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଚାଷ ଜମି ପରିଦର୍ଶନ କରି ଚାଷୀ ମାନଙ୍କ ସହ ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ଶ୍ରୀ ଆୟାର ମଙ୍ଗଳବାର ଡେରାବିଶ ଅଂଚଳରେ ଦେଶପୁର ଗ୍ରାମ ପରିଦର୍ଶନ କରି ସେଠାରେ ହେଉଥିବା ପରିବା ଚାଷ ସହିତ ସୋରିଷ ଚାଷ, ଗହମ ଚାଷ ଏବଂ ଧାନକଟା ପରିଦର୍ଶନ କରିଥିଲେ । ଏଥି ସହିତ ଆଳୁଚାଷ କରିଥିବା ଚାଷୀ ମାନଙ୍କ ସହିତ ଆଲୋଚନା କରି ଜମଧର ନିୟନ୍ତ୍ରିତ ବଜାର କମିଟି ପରିସରରେ ନୂତନ ଭାବେ ଉଦ୍ଘାଟନ ହୋଇଥିବା ଶୀତଳ ଭଣ୍ଡାରରେ ଆଳୁ ରଖିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମେଶ ଚନ୍ଦ୍ର ମଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ବ୍ଲକ କୃଷି ଅଧିକାରୀ ବନଲତା ବେହେରାଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି