
ଜୟପୁର, ୧୬ ଡିସେମ୍ବର (ହି.ସ.) - ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପଡିଆ ଠାରେ ଦ୍ୱିତୀୟ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଦଳ ଡିଏଭି ମହାବିଦ୍ୟାଳୟକୁ ପରାସ୍ତ କରି ଚମ୍ପିଆନ ହାସଲ କରିଛି। ଆଜିର ଫାଇନାଲ ମ୍ୟାଚ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଜୟପୁର ଏବଂ ଡିଏଭି ମହାବିଦ୍ୟାଳୟ କୋରାପୁଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଡିଏଭି ମହାବିଦ୍ୟାଳୟ ଦଳ ପ୍ରଥମେ ଟସ ଜିତି ବ୍ୟାଟିପ୍ସ କରି ୱିକେଟ ବିନିମୟରେ ୧୩୮ ରନ ସଂଗ୍ରହ କରିଥିଲେ। ୧୩୯ ରନ ଲକ୍ଷ ରଖି ବିକ୍ରମଦେବ ଦଳ ୱିକେଟ ବିନିମୟରେ ୧୩୯ ରନ ସପ୍ସଗ୍ରହ କରି ବିଜୟଲାଭ କରିଥିଲେ। ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଦଳ ପକ୍ଷରୁ ରବିନ୍ଦ୍ର ନାଥ ଖିଲ ୫୩ ରନ କରିଥିବା ବେଳେ ଜି. ଅଖିଳ କୁମାର ୫୧ ରନ ସପ୍ସଗ୍ରହ କରିଥିଲେ। ସେହିପରି ଡିଏଭି ମହାବିଦ୍ୟାଳୟ କୋରାପୁଟ ଦଳର ନୀତିଶ କୁମାର ଜାନୀ ସର୍ବାଧିକ ୫୧ ରନ ସଂଗ୍ରହ କରିଥିଲେ। ଅମ୍ପୟାର ଭାବେ ଆଶୁତୋଷ ପଟ୍ଟନାୟକ ଓ ସନ୍ତୋଷ କୁମାର ଚମ୍ପତି ରହିଥିବା ବେଳେ ସ୍କୋରର ଭାବେ ଶୁଭମ ସିଂ ଓ ଜିତେନ୍ଦ୍ର ନାୟକ ଉପସ୍ଥିତ ଥିଲେ। ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟ କୁଳପତି ଦେବୀ ପ୍ରସାଦ ମିଶ୍ର ଓ ରେଜିଷ୍ଟାର ମହେଶ୍ୱର ନାୟକ ଉପସ୍ଥିତ ରହି ପରବର୍ତୀ ପର୍ଯ୍ୟାୟରେ ଏହି ଟୁର୍ଣ୍ଣାମେଂଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ମନଙ୍କୁ ଅନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ଟୁର୍ଣ୍ଣାମେଂଟରେ ଭାଗ ନେବାର ସୁଯୋଗ ମିଳିବ ବୋଲି କହିଥିଲେ। ଏହି ଟୁର୍ଣ୍ଣାମେଂଟକୁ ବିଶ୍ୱବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଭାଗବତ ପ୍ରସାଦ ସିଂ ଓ ଶ୍ରୀକାନ୍ତ ଚୌଧୁରୀ ସଫଳ ରୁପାୟନ ଦେବା ସହ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି