ଜିଲ୍ଲାପଳ ନିର୍ଦ୍ଦେଶକୁ ମାନିଲେନି ବାଲିମାଫିଆ, ବେଆଇନ ଚାଲାଣରେ ଭାଂଗିଲା ରାସ୍ତା, ୧ ବାଲି ହାଇୱା ଜବତ
କୋରେଇ, ୧୬ ଡିସେମ୍ବର (ହି.ସ.) - ଦିନକୁ ଦିନ ବାଲି ମାଫିଆଙ୍କ କବଜ୍ଜାରେ କୋରେଇ ଅଂଚଳ ରହିଛି । ଧରାକୁ ସରା ନମଣି ବାଲି ମାଫିଆ ସେମାନଙ୍କ ବେପାର ବିସ୍ତାର କରିବାରେ ଲାଗିଛନ୍ତି । ବାଲି ମାଫିଆଙ୍କ ଯୋଗୁ ପ୍ରତି ଗାଁରେ ଲୋକମାନେ ଦଉି ତିନି ଭାଗରେ ବିଭକ୍ତ ହେବାରେ ଲାଗିଥବବା ବେଳେ ଯୁକଶକ୍ତି ପଥଭ୍ରଷ୍
ଜିଲ୍ଲାପଳ ନିର୍ଦ୍ଦେଶକୁ ମାନିଲେନି ବାଲିମାଫିଆ, ବେଆଇନ ଚାଲାଣରେ ଭାଂଗିଲା ରାସ୍ତା, ୧ ବାଲି ହାଇୱା ଜବତ


କୋରେଇ, ୧୬ ଡିସେମ୍ବର (ହି.ସ.) - ଦିନକୁ ଦିନ ବାଲି ମାଫିଆଙ୍କ କବଜ୍ଜାରେ କୋରେଇ ଅଂଚଳ ରହିଛି । ଧରାକୁ ସରା ନମଣି ବାଲି ମାଫିଆ ସେମାନଙ୍କ ବେପାର ବିସ୍ତାର କରିବାରେ ଲାଗିଛନ୍ତି । ବାଲି ମାଫିଆଙ୍କ ଯୋଗୁ ପ୍ରତି ଗାଁରେ ଲୋକମାନେ ଦଉି ତିନି ଭାଗରେ ବିଭକ୍ତ ହେବାରେ ଲାଗିଥବବା ବେଳେ ଯୁକଶକ୍ତି ପଥଭ୍ରଷ୍ଟ ହେଉଛନ୍ତି । । ସମସ୍ତଙ୍କୁ ଅର୍ଥ ନିଶା ଘାରିଛି । ସେମାବାର ରାତ୍ରୀରେ କୋରେଇ ଡାକ୍ତରଖାନା ପାଖରେ ବେଆଇନ ବାଲି ଗାଡି ଚାଲାଣକୁ ସାଧରଣ ଲୋକେ ବିରୋଧ କରିଥିଲେ । ଯେଉଁ ଗାଡିରେ କାଗଜପତ୍ର ନାହିଁ ଉକ୍ତ ଗାଡିକୁ ରାସ୍ତାରେ ଯାତାୟତକୁ ବାରଣ କରିଥିଲେ । ଏହାର ସୁଯୋଗରେ ବାଲି ମାଫିଆ ମାନେ ଜିଲ୍ଲାପଳ ବାରଣ କରିଥିବା ବୈତରଣୀରୋଡ ସଠିପୁର ରାସ୍ତାରେ ୨ଶହରୁ ଉର୍ଦ୍ଧ ଗାଡିକୁ ଛାଡି ଦେଇଥିଲେ । ଫଳରେ ନୂତନକରି ପ୍ରଶସ୍ତି କରଣ ବା ଦୋହରୀକରଣ କାର୍ଯ୍ୟ ଚାଲୁଥିବା ଉକ୍ତ ରାସ୍ତା ଗୋଟିଏ ରାତ୍ରିୀରେ ଭାଂଗିରୁଜ୍ଜି ଚୁରମାର ହୋଇଥିଲା । ହେଲେ ପୁଲିସ ଏହାକୁ ବିରୋଧ କରିବା ପରିବର୍ତେ ବାଲିମାଫିଆଙ୍କ ପକ୍ଷନେଇ ଜିଲ୍ଲାପାଳ ନିର୍ଦ୍ଦେଶକୁ ବେଖାତିରି କରି ଗାଡି ପାର କରାଇଥିଲା । ଯାହାକୁ ନେଇ ଠିକା ସଂସ୍ଥା ଜିଲ୍ଲାପଳଙ୍କ ନିକଟରେ ଅଭିଯୋଗ କରିବା ପରେ ଆଜି ମଦ୍ୟାନ୍ନରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ନିଜେ ଉକ୍ତ ରାସ୍ତା ପରିଦର୍ଶରେ ଆସିଥିଲେ । ପରିଦର୍ଶନ ସମୟରେ ଏକ ବାଲି ହାଇୱା ବରଉର୍‌ହଶି ସଠିପୁର ରାସ୍ତାର ରାଣିଗୋଡା ନିକଟରେ ଧରି ପୁଲିସ ଜିମା ଦେଇଥିଲେ । ପରିବହନ ଅଧିକାରୀ ଡି ନାୟକ, ରାଜସ୍ୱ ନିରୀକ୍ଷକ କାଟେ ପୂର୍ତି, ସବଇନ୍ସପ୍ଟେର ସୁମିତ କୁଜୁର ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ । ଉକ୍ତ ରାସ୍ତାରେ ଗୋଟିଏ ବି ଭାରୀଯାନ ଗାଡି ଯେମିତି ଚଳାଚଳ ନକରେ ସେଥିପ୍ରତି ପୁଲିସ ଧ୍ୟାନ ଦେବାକୁ ତାଗଦ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande