
ବଲାଙ୍ଗୀର, ୧୬ ଡିସେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ଦେଓଗାଁ ବ୍ଲକ ଉପରଝର ଗ୍ରାମର ରାଜା ପ୍ରଧାନ, ମୁରିବାହାଲ ବ୍ଲକ ଗୋଇମୁଣ୍ଡା ଗ୍ରାମର ହରବତି ବାରିକଙ୍କୁ ନିଜ ଜନ୍ମଦିନ ଅବସରରେ ବଲାଙ୍ଗିର ରକ୍ତଭଣ୍ଡାରରେ ରକ୍ତଦାନ କରିଛନ୍ତି। ରକ୍ତଦାନ ପରେ ଯୁବ ସଂଗଠନ ତରଫରୁ ରାଜା ପ୍ରଧାନଙ୍କୁ ଉପଢ଼ୈାକନ, ମାନପତ୍ର ଓ ଚାରା ଗଛ ପ୍ରଦାନ କରାଯାଇଥିଲା। ରକ୍ତଦାନ ସମୟରେ ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ସମାଜସେବୀ ଅସୀମ କୁମାର ଭୋଇ, ଡା. ସୁମିତ ମୁଣ୍ଡା, ଉପ-ସଭାପତି ଦିନେଶ ପ୍ରଧାନ, ସଦସ୍ୟ ଶୋଭନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ଗର୍ଭବତି ହରବତିଙ୍କ ଅପରେସନ ପାଇଁ ରକ୍ତର ଆବଶ୍ୟକ ହେବାରୁ ତାଙ୍କ ସ୍ୱାମୀ ସମିର ସାହୁ ଯୁବ କୁଲୁତା ସମାଜ କୁ ରକ୍ତ ପାଇଁ ସହଯୋଗ ମାଗିଥିଲେ। ଏହି ଅବସରରେ ସମସ୍ତ ଯୁବ ସମାଜ ନିଜ ଜନ୍ମ ଦିନ ରେ ରକ୍ତଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ଯୁବ ସଂଗଠନ ତରଫରୁ ଆହ୍ୱାନ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ