ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ୩ ଦିନିଆ କନ୍ଧମାଳ ଗସ୍ତ
Exsize jnt secretary visits KANDHAMAL
ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ୩ ଦିନିଆ କନ୍ଧମାଳ ଗସ୍ତ


କନ୍ଧମାଳ, ୧୬ ଡିସେମ୍ବର (ହି.ସ.)- ଓଡ଼ିଶା ସରକାରଙ୍କର ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ୩ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଫିରିଙ୍ଗିଆର ଜୟ ହନୁମାନ ଗୃପ, ମାଶ୍ରିପଦର ଆଡବ୍ଲୁସି ଓ ମାଶ୍ରିପଦର ପିଏଚସି, ବନ୍ଧଗଡ଼ର କସମ, ସାରଙ୍ଗଡର ଟ୍ୟାଙ୍କ, କୁଡୁତୁଳି ଏସ୍ ଏସ୍ ଡି ବିଦ୍ୟାଳୟ ଓ ହଷ୍ଟେଲ ଓ ଫୁଲବାଣୀ ବସଷ୍ଟାଣ୍ଡ ସ୍ଥିତ ଆହାରକେନ୍ଦ୍ର ଆଦି ସ୍ଥାନ ଗସ୍ତ କରି ଏହାର କାର୍ଯ୍ୟକାରିତା ଏବଂ କିପରି ଜନସାଧାରଣ ଏହାର ପୂର୍ଣ୍ଣମାତ୍ରାରେ ଲାଭ ପାଇପାରିବେ ସେ ବିଷୟରେ ଅଧିକାରୀ ଓ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭା ଗୃହରେ ଆୟୋଜିତ ବୈଠକରେ ଯୋଗଦେଇ ସରକାରଙ୍କର ବିଭିନ୍ନ ଯୋଜନାର ଏବଂ ଉନ୍ନୟନମୂଳକ ତଥା ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ବୈଠକରେ ଜିଲ୍ଲାପାଳ ବେଦଭୂଷଣ, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତ ଦାଶ, ଜିଲ୍ଲାର ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande