
ଜୟପୁର,୧୬ ଡିସେମ୍ବର (ହି.ସ.) - ଜୟପୁର ସଦରଥାନା ପୁଲିସ ଗତକାଲି ମଧ୍ୟରାତ୍ରୀ ୨ଟା ସମୟରେ ଟ୍ରାକ୍ଟର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଅଟକାଇ ଲକ୍ଷାଧିକରୁ ଉର୍ଦ୍ଧ୍ୱ ଟଙ୍କା ବେଆଇନ ୧ କୁଇଂଟାଲ ୯୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି ଓ ଏହାକୁ ଚାଲାଣ କରୁଥିବା ଅଭିଯୋଗରେ ମାଛକୁଣ୍ଡ ଥାନା ବିଜାଗୁଡା ଗ୍ରାମର ଗୋପୀ ବଜନାୟକ (୩୮) ଏବଂ ବୈପାରୀଗୁଡା ଥାନା ବୋମେଲ ଗ୍ରାମର କୃଷ୍ଣ ଗାଦବା(୩୦)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଓ ପୁଲିସ ସୂଚନା ଅନୁଯାୟୀ ଗତ ବିଳମ୍ବିତର ରାତ୍ରିରେ ସଦରଥାନା ପୁଲିସ ଏଏସଆଇ ଅମିୟ ରଞ୍ଜନ ଶଗରିଆ, ବିଦ୍ୟାଧର ମାଝିଙ୍କ ନେତୃତ୍ୱରେ ପୁଲିସ ପେଟ୍ରୋଲିଂ ଦଳ ଜୟପୁର-ମାଲକାନଗିରି ରାସ୍ତା ୩୨୬ ନମ୍ବର ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ ଜବାକନାଡି ଗ୍ରାମ ନିକଟରେ ଏକ ନମ୍ବର ବିହୀନ ଟ୍ରାକ୍ଟ ଓ ଟ୍ରଲି ସହିତ ଆସୁଥିବା ବେଳେ ପୁଲିସ ଗାଡି ଦେଖି ରାସ୍ତା ପାର୍ଶ୍ୱରେ ଅଟକି ଯାଇଥିଲା ଓ ପୁଲିସ ସନ୍ଦେହ ହେବାରୁ ଉକ୍ତ ଟ୍ରାକ୍ଟରକୁ ଯାଂଚ କରିଥିଲେ ଓ ଟ୍ରଲିର ଏକ ଗୁପ୍ତ ଚାମ୍ବର ନିର୍ମାଣ ହୋଇଥିବା ପୁଲିସ ଯାଂଚ ବେଳେ ଜାଣିବାକୁ ପାଇଥିଲା ଓ ଶେଷରେ ପୁଲିସ ଉକ୍ତ ଚାମ୍ବର ଭିତରୁ ଗଞ୍ଜେଇ ଗନ୍ଧ ଆସୁଥିବା ଜାଣିବା ପରେ ଏହାକୁ ଖୋଲି ଭିତର ବିଭିନ୍ନ ପୋଲିଥିନ ଜରିବସ୍ତାରେ ୧ କୁଇଂଟାଲ ୯୬ କିଲୋଗ୍ରାମ ପରିମାଣର ଗଞ୍ଜେଇ ଜବତ କରିଥିଲେ ଓ ଗିରଫ ଦୁଇଜଣ ବ୍ୟକ୍ତି ମଧ୍ୟରୁ ଜଣେ ଚାଲାଣ କରୁଥିବା ବେଳେ ଅନ୍ୟଜଣେ ଡ୍ରାଇଭରଙ୍କ ପାର୍ଶ୍ୱରେ ବସିଥିଲେ ଓ ଏହାକୁ ମାଛକୁଣ୍ଡ ଥାନା ଅଂଚଳରୁ ଅଣାଯାଇ ଜୟପୁର ସହର କିମ୍ବା ଆଖାପାଖ ଗ୍ରାମାଂଚଳରେ କୌଣସି ଗଞ୍ଜେଇ ମାଫିଆଙ୍କୁ ପ୍ରଦାନ କରିବାକୁ ଯାଉଥିବା ନେଇ ସନ୍ଦେହ କରାଯାଉଛି ଓ ଏହାର ତଦନ୍ତ ଦାୟୀତ୍ୱ ଏସ.ଆଇ ଶିରିଶ ମହାପାତ୍ର କରୁଥିବା ନେଇ ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି