କୁଚବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦ୍‌ଘାଟିତ ଓଡିଶା ବନାମ ହିମାଚଳ ପ୍ରଦେଶ
ବଲାଙ୍ଗୀର, ୧୬ ଡିସେମ୍ବର(ହି.ସ.) – ଓଡ଼ିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମ ଠାରେ ଓଡ଼ିଶା ବନାମ ହିମାଚଳ ପ୍ରଦେଶ ୪ ଦିବସୀୟ କୁଚ ବେହାର ଟ୍ରଫି କ୍ରିକେଟ୍‌(୧୯ ବର୍ଷ ବର୍ଗ)ର ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁଙ୍କ ଦ୍ୱାରା ଉଦ୍‌ଘ
କୁଚବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦ୍‌ଘାଟିତ ଓଡିଶା ବନାମ ହିମାଚଳ ପ୍ରଦେଶ


କୁଚବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦ୍‌ଘାଟିତ ଓଡିଶା ବନାମ ହିମାଚଳ ପ୍ରଦେଶ


ବଲାଙ୍ଗୀର, ୧୬ ଡିସେମ୍ବର(ହି.ସ.) – ଓଡ଼ିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମ ଠାରେ ଓଡ଼ିଶା ବନାମ ହିମାଚଳ ପ୍ରଦେଶ ୪ ଦିବସୀୟ କୁଚ ବେହାର ଟ୍ରଫି କ୍ରିକେଟ୍‌(୧୯ ବର୍ଷ ବର୍ଗ)ର ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ମ୍ୟାଚର ଉଦ୍‌ଘାଟନୀ ସମାରୋହରେ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘନ ସିଂହ, କୋଷାଧ୍ୟକ୍ଷ ହେମନ୍ତ ବେହେରା, କ୍ରିକେଟ ସମ୍ପାଦକ ଓମ୍ ପ୍ରକାଶ ଚାନ୍ଦ, ଭଳିବଲ ସମ୍ପାଦକ ସଂଗ୍ରାମ କେଶରୀ ବହିଦାର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ଡା. ସିଦ୍ଧେଶ୍ୱର ମିଶ୍ର, ଫୁଟବଲ ସମ୍ପାଦକ ଶରତ ନନ୍ଦ, କ୍ରୀଡ଼ା ସମ୍ପାଦକ ବିଭୁତି ପଣ୍ଡା, ବରିଷ୍ଠ ସଭ୍ୟ ରମାକାନ୍ତ ସେଟ, ସୁଧୀର ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ମିଶ୍ର, ଗୌରଚନ୍ଦ୍ର ପ୍ରଧାନ, କ୍ରିକେଟ କୋଚ ଅରୁଣ କୁମାର ନାୟକ, ପୃଥ୍ୱୀରାଜ ମିଶ୍ର, ସୁନୀଲ ଚନ୍ଦ୍ର ବିଶ୍ୱାଲ, ସ୍ୱାଗତ ଶୁଭଙ୍କର ତ୍ରିପାଠୀ, ମୁନସି ରୋରେନ, ଅମିତ ମଛଖଣ୍ଡ, ହୃଦୟ ଶବର, ସୁମନ୍ତ ଦାସ, ଜିତୁ କୁମାର ଦଲାଇ, ନରସିଂ ସ୍ୱାମୀ ନାଇଡୁ, ଚେତନାନନ୍ଦ ପଣ୍ଡା, ସୁଦୟ ବାରିକ, ଶ୍ରୀକାନ୍ତ ରାଉତ, ସୁଧାଂଶୁ ସେଠ, ଦଶରଥ କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ଆଜି ଟସ ଜିଣି ହିମାଚଳ ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ସମୁଦାୟ ୧୮୧ ରନ୍ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲା। ହିମାଚଳ ପ୍ରଦେଶ ପକ୍ଷରୁ ଆଦିତ୍ୟ କଟାରିଆ ସର୍ବାଧିକ ୫୭ ରନ୍‌, ଅର୍ପିତ ସିଂ ୪୧ ରନ୍‌, କବିର ସିଂ ୩୭ ରନ୍ ସଂଗ୍ରହ କରିଛନ୍ତି। ଓଡ଼ିଶା ଦଳ ତରଫରୁ ସଫଳ ବୋଲର ଭାବେ ପ୍ରିୟାଂଶୁ ମହାନ୍ତି ସର୍ବାଧିକ ୭ ଗୋଟି ୱିକେଟ, ସଂବିତ ବେଜ୍ ଓ ରାଜ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଓଡ଼ିଶା ତାର ପ୍ରଥମ ଇନିଂସ ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧା ୪୪ ରନ୍ ସଂଗ୍ରହ କରିଛି। ସଂବିତ ବେଜ୍ ଅପରାଜିତ ୨୫ ରନ୍ ଓ ଅଭିଜିତ ଦାସ ୧୮ ରନ୍ ସଂଗ୍ରହ କରିଛନ୍ତି। ଆସନ୍ତା କାଲି ଓଡିଶାର ବ୍ୟାଟିଂ ଜାରି ରହିବ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande