

ସମ୍ବଲପୁର, ୧୬, ଡିସେମ୍ବର (ହି.ସ.) - ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିବା, କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ପାରସ୍ପରିକ ଯୋଗାଯୋଗ, ଶୃଙ୍ଖଳା ସମନ୍ୱୟ ଏବଂ ସହଯୋଗକୁ ମଜବୁତ କରିବା ଉଦ୍ଦେଶ୍ୟ ରେ ପ୍ରିମିୟର ଲିଗ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ କମ୍ପାନୀ ଆନ୍ତର୍ଗତ ବିଭିନ୍ନ ନିର୍ଦ୍ଦେଶାଳୟର ୬ଟି ଅଂଶ ଗ୍ରହଣ କରିଥିଲେ। ଫାଇନାଲରେ ସିଏମଡ଼ି ସଚିବାଳୟର କିଙ୍ଗସ୍ ମ୍ୟାନ ଦଳ ସିଭିଓ ର୍ଭିଜିଲେଂଟ ରୟାଲ ଏକାଦଶକୁ ଭେଟିଥିଲେ। ଏଥିରେ କିଙ୍ଗସ୍ ମ୍ୟାନ ଦଳ ବିଜୟୀ ଚାମ୍ପିୟାନ ହୋଇଥିଲେ। ବିଜୟୀ ଦଳର ଅନିଲ ରାୟ ପ୍ଲେୟାର ଆଫ ଦି ମ୍ୟାଚ ଓ ଶିବ ଶଙ୍କର ଜେନା ପ୍ଲେୟାର ଆଫ ଦି ଚାମ୍ପିୟାନସିପ ପୁରସ୍କାର ହାସଲ କରିଥିଲେ। କମ୍ପାନୀ ର ସିଏମଡ଼ି ଉଦୟ ଅନନ୍ତ କାଓଲେ, ମାନବ ସମ୍ବଳ ନିର୍ଦ୍ଦେଶକ କେଶବ ରାଓ, ସିଭିଓ ପି କେ ପଟେଲ, ଡିଟି ନିର୍ଦ୍ଦେଶକ ଏସ କେ ଝା ପ୍ରମୁଖ ଉପସ୍ଥିତ ରହି ସମସ୍ତ ଦଳର ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ କର୍ମଚାରୀମାନଙ୍କୁ ସେମାନଙ୍କ ନିୟମିତ ବୃତିଗତ ପରିବେଶ ବାହାରେ ଭାବ ବିନିମୟ, ଯୋଗାଯୋଗ ଏବଂ ସମ୍ପର୍କ ସୃଷ୍ଟି କରିବା ପାଇଁ ଏକ ମଂଚ ପ୍ରଦାନ କରିଥିଲା। ବିଭିନ୍ନ କାର୍ଯ୍ୟକ୍ଷମ ପୃଷ୍ଠଭୂମିରୁ ଅଂଶଗ୍ରହଣକାରୀ ମାନଙ୍କୁ ଏକାଠି କରି, ପାରସ୍ପରିକ ବୁଝାମଣା, ଦଳଗତ କାର୍ଯ୍ୟ ଏବଂ ସଂଗଠନ ମଧ୍ୟରେ ନିଜସ୍ୱ ଭାବନା ବୃଦ୍ଧି କରିବାରେ ଏହି ଲିଗ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ