ମଣ୍ଡେଇ ମହୋତ୍ସବ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜନୈତିକ ଭାଷଣ ଦେବା ଠିକ ନୁହେଁ – ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, 16 ଡିସେମ୍ବର (ହି.ସ.) , ମଣ୍ଡେଇ ମହୋତ୍ସବ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜନୈତିକ ଭାଷଣ ଦେବା ଠିକ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଜେଡି ବିଧାୟକ ମନୋହର ରାନ୍ଧାରୀଙ୍କୁ ଗଣ ଶିକ୍ଷା ମନ୍ତ୍ରୀଙ୍କ ଟାର୍ଗେଟ କରି ମନ୍ତ୍ରୀ ଗଣ୍ଡ କହିଛନ୍ତି ଯେ ସେ ବାଘ ନ
ମଣ୍ଡେଇ ମହୋତ୍ସବ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜନୈତିକ ଭାଷଣ ଦେବା ଠିକ ନୁହେଁ – ନିତ୍ୟାନନ୍ଦ ଗଣ୍ଡ


ଭୁବନେଶ୍ୱର, 16 ଡିସେମ୍ବର (ହି.ସ.) , ମଣ୍ଡେଇ ମହୋତ୍ସବ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜନୈତିକ ଭାଷଣ ଦେବା ଠିକ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଜେଡି ବିଧାୟକ ମନୋହର ରାନ୍ଧାରୀଙ୍କୁ ଗଣ ଶିକ୍ଷା ମନ୍ତ୍ରୀଙ୍କ ଟାର୍ଗେଟ କରି ମନ୍ତ୍ରୀ ଗଣ୍ଡ କହିଛନ୍ତି ଯେ ସେ ବାଘ ନୁହେଁ ବିଲୁଆ ।

ମଣ୍ଡେଇ ମହୋତ୍ସବରେ ମନୋହର ରାନ୍ଧାରୀ କ୍ଷୋଭ ପ୍ରକାଶ କରିବା ସହ ନିଜକୁ ବାଘ ବୋଲି କହି ଭାଷଣ ରଖିବାକୁ ନେଇ କଡା ଟାର୍ଗେଟ କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ । ସେ . କହିଛନ୍ତି ମଣ୍ଡେଇ ମହୋତ୍ସବ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା. ଏଭଳି ଏକ କାର୍ଯ୍ୟକ୍ରମରେ ରାଜନୈତିକ ଭାଷଣ ବାଜି. ନିଜକୁ ନିଜେ ବାଘ କହିବା. ନିଜକୁ ପ୍ରତିପାଦିତ କରିବା, 4 ଥର ଜିତିଛି ବୋଲି କହିବା ସହ ମୁଁ ବାଘ ବୋଲି କହିବା ଆଦୌ ଠିକ ନୁହେଁ । ବିଜେପି ସରକାର ଆସିବାରୁ ଅସହ୍ୟ ହେଇ ଯାଇଛନ୍ତି. ।

ସେ କହିଛନ୍ତି ଯେ ବିଜେଡି ଶାସନରେ ସେମାନେ ବିଲୁଆ ହେଇ ଥିଲେ. ମନ୍ତ୍ରୀ ମାନେ ଟେଣ୍ଟ ବାନ୍ଧୁଥିଲେ ଏବଂ ଟ୍ରାଫିକ ସମ୍ଭାଳୁଥିଲେ. ଉମରକୋଟରେ ଜଣେ ସଚିବ ମଞ୍ଚ ଉପରେ ଭାଷଣ ଦେଲେ ଆଉ ଏହି ନେତା ମାନେ ତଳେ ବସିଲେ. ବାଘ ମାନେ ସେତେବେଳେ କୁଆଡେ ଯାଇଥିଲେ। . ଚାଷୀଙ୍କ କଥା ନବରଙ୍ଗପୁର ମେଡିକାଲ କଥା କହୁଛନ୍ତି. ସେମାନେ କିଛି କଲେ ନାହିଁ, 17 ମାସରେ ନୂଆ ସରକାର ଯାହା କରିଛନ୍ତି. ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଛନ୍ତି. କିନ୍ତୁ ସାଂସ୍କୃତିକ ମଞ୍ଚରେ ରାଗି ଶାଳୀନତା ଭୁଲି ଏଭଳି ବକ୍ତବ୍ୟ ଦେବା ଠିକ ନୁହେଁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande