ମା' ଭଗବତୀଙ୍କୁ ଲାଗିହେଲା ଧନୁମୁଆଁ
ଖୋର୍ଦ୍ଧା, ୧୬ ଡିସେମ୍ବର (ହି.ସ.)- ପବିତ୍ର ଧନୁ ସଂକ୍ରାନ୍ତିରେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ମା ଭଗବତୀଙ୍କୁ ଧନୁ ମୁଆଁ ଲାଗି ହୋଇଛି । ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମା''ଙ୍କ ପାଖରେ ଧନୁ ମୁଆଁ ଲାଗି ହେବ । ଏହି ସମୟ ଚାଷି ଭାଇଙ୍କର ଧାନ ଅମଳର ସମୟ । ନିଜ ଜମିରୁ
ମା' ଭଗବତୀ


ଖୋର୍ଦ୍ଧା, ୧୬ ଡିସେମ୍ବର (ହି.ସ.)- ପବିତ୍ର ଧନୁ ସଂକ୍ରାନ୍ତିରେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ମା ଭଗବତୀଙ୍କୁ ଧନୁ ମୁଆଁ ଲାଗି ହୋଇଛି । ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମା'ଙ୍କ ପାଖରେ ଧନୁ ମୁଆଁ ଲାଗି ହେବ ।

ଏହି ସମୟ ଚାଷି ଭାଇଙ୍କର ଧାନ ଅମଳର ସମୟ । ନିଜ ଜମିରୁ ଉତ୍ପାଦିତ ଶସ୍ୟ ଧାନ ଫସଲରେ ମୁଆଁ ପ୍ରସ୍ତୁତ କରି ଦେବାଦେବୀଙ୍କୁ ଅର୍ପଣ କରିବାର ପର୍ବ । ପ୍ରତି ଓଡ଼ିଆଙ୍କ ଘରେ ମନ୍ଦିରରେ ମୁଆଁ ଭୋଗ । ମା' ଭଗବତୀଙ୍କୁ ମଧ୍ୟ ଲାଗି ହୋଇଛି ନୂଆ ଧାନରୁ ପ୍ରସ୍ତୁତ ଲିଆ, ଗୁଡ଼, ନଡ଼ିଆ ଗୁଆଘିଅ, କାଜୁ ମସଲାରେ ଶୁଦ୍ଧପୂତ ଭାବରେ ପ୍ରସ୍ତୁତ ମୁଆଁ । ପରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଂଟନ କରାଯାଇଛି ।

ଆଜିର ଏହି ପବିତ୍ର ତିଥିରେ ପ୍ରତ୍ୟୁଷରୁ ମା'ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବଲ୍ଲଭ ସାଥିରେ ଧନୁମୁଆଁ ନେଇ ପାଳିଆ ମାଳି ସେବକମାନେ ପରିଚ୍ଛା ସାମନ୍ତଙ୍କୁ ବଢେଇଲା ପରେ ଘଂଟ ଘଂଟା କାହାଳୀ ବାଜି ମା'ଙ୍କୁ ଧୂପ କରାଯାଇ ଆଳତି ବଢିଥିଲା । ତାପରେ ସର୍ବସାଧାରଣ ଦର୍ଶନ ଓ ଭୋଗ ଲାଗି ହୋଇ ଖେଚୁଡ଼ି ଡାଲି ଏବଂ ଧୂପ ପରେ ଅନ୍ନ, ଡାଲି, ମହୁର, ଖିରୀ, ଏଣ୍ଡୁରୀ ଭୋଗ ହୋଇ ଦିବା ପହୁଡ଼ ଅନୁଷ୍ଠିତ ହୋଇଥିଲା । ଧନୁସଂକ୍ରାନ୍ତିରେ ମା'ଙ୍କ ଦର୍ଶନ ପାଇଁ ପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande