ପୂର୍ବତନ ସୈନିକ ସଂଘ ଦ୍ଵାରା ୫୪ତମ ବିଜୟ ଦିବସ ପାଳନ
କେନ୍ଦ୍ରାପଡା, ୧୬ ଡିସେମ୍ବର (ହି.ସ.)- ପୂର୍ବତନ ସୈନିକ ସଂଘର ଅଧ୍ୟକ୍ଷ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କ ତତ୍ତ୍ବାବଧାନରେ ତିନିମୁହାଣ ସ୍ଥିତ ନୂତନ ଅମର ଯବାନ ସହିଦ ସ୍ତମ୍ବ ସ୍ମାରକ ପରିସରରେ ୫୪ ତମ ବିଜୟ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସହିଦ ସ୍ତମ୍ବ ସମ୍ମୁଖରେ ଅଧ୍ୟକ୍ଷ ପ୍ରଦୀପ ପ
ପୂର୍ବତନ ସୈନିକ ସଂଘ ଦ୍ୱାରା ୫୪ ତମ ବିଜୟ ଦିବସ ପାଳନ


କେନ୍ଦ୍ରାପଡା, ୧୬ ଡିସେମ୍ବର (ହି.ସ.)- ପୂର୍ବତନ ସୈନିକ ସଂଘର ଅଧ୍ୟକ୍ଷ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କ ତତ୍ତ୍ବାବଧାନରେ ତିନିମୁହାଣ ସ୍ଥିତ ନୂତନ ଅମର ଯବାନ ସହିଦ ସ୍ତମ୍ବ ସ୍ମାରକ ପରିସରରେ ୫୪ ତମ ବିଜୟ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସହିଦ ସ୍ତମ୍ବ ସମ୍ମୁଖରେ ଅଧ୍ୟକ୍ଷ ପ୍ରଦୀପ ପ୍ରଜ୍ବଳନ କରିଥଲେ ଏବଂ ଅଧ୍ୟକ୍ଷ ଓ ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର ମିଳିତ ଫୁଲର (ରିତ୍) ସହିଦ ସ୍ତମ୍ବରେ ଅର୍ପଣ କରିଥିଲେ। ସଦସ୍ୟ ମାନେ ରାଷ୍ଟ୍ରଗାନ କରିଥିଲେ। ସମସ୍ତ ସଦସ୍ୟ ସହିଦ ମାନଙ୍କ ଉଦ୍ଦେଶ୍ୟରେ ସାଲୁଟ ପ୍ରଦାନ କରିଥିଲେ। ୧୯୭୧ ମସିହାର ଭାରତ ପାକିସ୍ତାନ ଏହି ୧୩ ଦିନ ଯୁଦ୍ଧରେ ଭାରତ ମାତ୍ରୁକାର ସେବାରେ ସର୍ବୋଚ୍ଚ ବଳିଦାନ ପ୍ରଦାନ କରିଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପାର୍ଥନା କରି ଦିବଂଗତ ଆତ୍ମାର ସଦଗତି ପାଇଁ ଇଶ୍ବରଙ୍କୁ ପାର୍ଥନା କରିଥିଲେ। ଏହା ସହିତ ସଂଗଠନର ସଦସ୍ୟ କୈଳାସ ଚନ୍ଦ୍ର ପ୍ରଧାନଙ୍କ ନିଧନ ପାଇଁ ତାହାଙ୍କ ଉଦ୍ଦେଶ୍ୟରେ ସଂଗଠନ ଦ୍ବାରା ଭାବବିହ୍ବଳ ଅଶ୍ରୁଳ ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ। ଏହି ଯୁଦ୍ଧରେ ପାକିସ୍ତାନର ୯୩ ହଜାର ସୈନିକ କିପରି ଭାରତ ପାଖରେ ଆତ୍ମ ସମର୍ପଣ କରିଥିଲେ ତାହା ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର ସଦସ୍ୟ ମାନଙ୍କୁ ବିସ୍ତୃତ ଭାବରେ ଅବଗତ କରାଇ ଥିଲେ।

ଏହି କାର୍ଯ୍ୟକ୍ରମରେ ସଂଗଠନର ବରିଷ୍ଠ ସଦସ୍ୟ ସୁବେଦାର ମେଜର ପ୍ରଦିପ କୁମାର ସାହୁ, କୋଷାଧ୍ୟକ୍ଷ ଏମ.ଡବ୍ଲୁ.ଓ ମନୋଜ କୁମାର ବାରିକ, ସୁବେଦାର ଗୌରାଙ୍ଗ ଚରଣ ସ୍ବାଇଁ, ନାୟକ ପ୍ରଫୁଲ୍ଲ କୁମାର ଉପାଧାୟ, ସୁବେଦାର ଶରତ ଚନ୍ଦ୍ର ରାଉତ, ନାୟକ ସୁସାନ୍ତ କୁମାର ସ୍ବାଇଁ ଏବଂ ସୁବେଦାର ଜୟନ୍ତ କୁମାର ସାହୁ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande